ଭାରତୀୟ ମହିଳା ଖେଳାଳିଙ୍କ କମାଲ: ୬୧ଟି ବଲ୍‌ରୁ ୧୦୨ ରନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ଭାରତୀୟ ମହିଳା ଖେଳାଳିଙ୍କ କମାଲ: ୬୧ଟି ବଲ୍‌ରୁ ୧୦୨ ରନ୍‌

smritimandhana

ଲଣ୍ଡନ: ମହିଳା କ୍ରିକେଟ୍ ସୁପର୍ ଲିଗ୍‌ରେ ଆଉ ଏକ ଚମତ୍କାର ପାଳି ଖେଳିଛନ୍ତି ଭାରତୀୟ ଓପନର୍‌ ସ୍ମୃତି ମନ୍ଧାନା। ଗତକାଲି ସେ ୬୧ଟି ବଲ୍‌ରୁ ୧୦୨ ରନ୍ କରି ତାଙ୍କ ଦଳ ୱେଷ୍ଟର୍ନ ଷ୍ଟର୍ମକୁ ୭ ୱିକେଟ୍‌ରେ ବିଜୟୀ କରାଇଥିଲେ। ତାଙ୍କ ଶତକୀୟ ପାଳି ଯୋଗୁ ତାଙ୍କ ଦଳ ୧୫୪ ରନ୍‌ର ବିଜୟ ଟାର୍ଗେଟ ଦେଇଥିବା ଲଙ୍କାସାୟାର ଥଣ୍ଡର ଦଳକୁ ସହଜରେ ପରାସ୍ତ କରିଥିଲା। ଲଙ୍କାସାୟାର ଥଣ୍ଡର ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ରେ ୧୫୩ ରନ୍ କରିଥିଲା।

ଟି-ଟ୍ୱେଣ୍ଟିରେ ଏହା ହେଉଛି ମନ୍ଧାନାଙ୍କ ପ୍ରଥମ ଶତକ। ଏଥିରେ ୧୨ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ପୂର୍ବ ୪ ପାଳିରେ ବି ସେ ଭଲ ବ୍ୟାଟିଂ କରିଥିଲେ। ସେହି ମ୍ୟାଚ୍‌ ଗୁଡ଼ିକରେ ସେ ଯଥାକ୍ରମେ ୪୮, ୩୭, ୫୨ ଓ ୪୩ ରନ୍ କରିଥିଲେ। ତୃତୀୟ ଓ ଚତୁର୍ଥ ମ୍ୟାଚ୍‌ରେ ସେ ଅପରାଜିତ ରହିଥିଲେ। ତୃତୀୟ ମ୍ୟାଚ୍‌ରେ ସେ ୧୯ଟି ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ସେ ୨୮୨ ରନ୍ କରି ସମସ୍ତଙ୍କଠାରୁ ଆଗରେ ରହିଛନ୍ତି।

ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଶତକ କରିବାରେ ମନ୍ଧାନା ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା। ତାଙ୍କ ପୂର୍ବରୁ ମିଥାଲି ରାଜ୍ ଏହି ଫର୍ମାଟ୍‌ରେ ଶତକ ହାସଲ କରି ସାରିଛନ୍ତି। ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ମନ୍ଧାନା ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

 



from OdishaReporter https://ift.tt/2LZbe7V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages