ଅଗଷ୍ଟ୍ ୧୫ ରାତିରେ ପହଞ୍ଚିଥିଲା ‘ଲାସ୍‌ ଗାଡ଼ି’, ଜାଣିଲେ ଲୋମ ଟାଙ୍କୁରି ଉଠିବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ଅଗଷ୍ଟ୍ ୧୫ ରାତିରେ ପହଞ୍ଚିଥିଲା ‘ଲାସ୍‌ ଗାଡ଼ି’, ଜାଣିଲେ ଲୋମ ଟାଙ୍କୁରି ଉଠିବ!

ଭୂବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ରିପୋର୍ଟର୍‌: ଦୀର୍ଘ ପ୍ରତୀକ୍ଷାରେ ଯବନିକା ଟାଣି ୨୦୦ ବର୍ଷ ପରେ ଦେଶକୁ ଯେଉଁ ସ୍ୱାଧୀନତା ମିଳିଥିଲା,୧୯୪୭ ଅଗଷ୍ଟ ୧୫ରେ ଦେଶବ୍ୟାପୀ ‘ତ୍ରିରଙ୍ଗା’ ଉଡ଼ାଇ ସେହି ଖୁସିର ଉତ୍ସବକୁ ମନଭରି ପାଳିଥିଲେ କୋଟି କୋଟି ଭାରତୀୟ। କିନ୍ତୁ ଏହି ଖୁସିର ମାହୋଲ୍‌କୁ ହଠାତ୍ ଢାଙ୍କି ଦେଇଥିଲା ଛାତିଫଟା ଯନ୍ତ୍ରଣାର କଳା ବାଦଲ୍‌।

ପୂର୍ବ ସୂଚନା ଅନୁସାରେ, ସେହି ଅଗଷ୍ଟ୍‌ ୧୫ ସନ୍ଧ୍ୟାରେ ପଞ୍ଜାବ୍‌ର ଅମୃତସର୍‌କୁ ଆସିବାର ଥିଲା ପାକିସ୍ତାନ୍‌ରେ ରହିଯାଇଥିବା ପଞ୍ଜାବ୍‌ରୁ ଏକ ଟ୍ରେନ୍‌। ଅପେକ୍ଷା କରିଥିଲେ ହଜାର୍ ହଜାର୍ ଭାରତୀୟ। ଆଉ ଟ୍ରେନ୍ ଲାଗିବା ପରେ ସାରା ଷ୍ଟେସନ୍‌ ଥରି ଉଠିଲା ସମୂହ କ୍ରନ୍ଦନର ବିକଳ ସ୍ୱରରେ। ପାସେଞ୍ଜର୍ ଟ୍ରେନ୍‌ ନୁହେଁ, ତାହା ଥିଲା ‘ଲାସ୍ ଗାଡ଼ି’ ।

ଦିଲ୍ଲୀରୁ ୪୫୦ କିଲୋମିଟର ଦୂର ଅମୃତସର ରେଳ ଷ୍ଟେସନରେ ୧୯୪୭ ଅଗଷ୍ଟ୍ ୧୫ର ସେହି ସନ୍ଧ୍ୟାବେଳ ଦୃଶ୍ୟ ଥିଲା ଏମିତି କିଛି।

ସାରା ରେଳଷ୍ଟେସନ ଟି ଏକ ଶରଣାର୍ଥୀ କ୍ୟାମ୍ପ୍‌ ଭଳି ଲାଗୁଥିଲା। ପାକିସ୍ତାନ୍‌ ପଟେ ପଞ୍ଜାବର ଯେଉଁ ଅଂଶ ରହି ଯାଇଥିଲା, ସେଠାରୁ ହଜାର ହଜାର ଲୋକ ଆସି ଷ୍ଟେସନ୍‌ରେ ପହଞ୍ଚିଥିଲେ। ଏହିଠାରୁ ହିଁ ସେମାନଙ୍କୁ ନିଜ ନିଜ ଠିକଣା ଅନୁସାରେ ପଠାଯାଉଥିଲା।

ସେହିଦିନ ସନ୍ଧ୍ୟାରେ ପାକିସ୍ତାନରୁ ଆସିବାର ଥିଲା ୧୦ ଡାଉନ୍‌ ଏକ୍ସପ୍ରେସ୍। ଟ୍ରେନ୍ ପହଞ୍ଚିବା ସମୟ ହେବାରୁ ଷ୍ଟେସନ୍ ମାଷ୍ଟର୍ ଲୋକଙ୍କ ଭିଡ଼କୁ ଭାଙ୍ଗି ଆଗକୁ ବଢ଼ିଲେ। ତାଙ୍କୁ ମଧ୍ୟ କିଛି ଜଣା ନଥିଲା ଯେ ଆଗକୁ କ’ଣ ଘଟିବାକୁ ଯାଉଛି।

କିଛି ସମୟ ପରେ ୧୦ଡାଉନ୍ ଏକ୍ସପ୍ରେସ୍‌ ଷ୍ଟେସନ୍‌କୁ ପ୍ରବେଶ କରୁଥିବା ଦେଖି ଷ୍ଟେସନ୍ ମାଷ୍ଟର୍ ଲାଲ୍ ପତାକା ଦେଖାଇଲେ ଏବଂ ପରେ ଟ୍ରେନ୍‌ଟି ଅମୃତସର୍‌ ଷ୍ଟେସନ୍‌ ପ୍ଲାଟ୍‌ଫର୍ମ୍‌ରେ ଲାଗିଥିଲା। କିନ୍ତୁ ଟ୍ରେନ୍ ଲାଗିବା ପରେ ଦେଖାଗଲା, ସେଥିରେ ଲୋକଙ୍କ ଭିଡ଼ ନାହିଁ। ୮ ବଗି ବିଶିଷ୍ଟ ଟ୍ରେନ୍‌ରୁ ବାହାରିଥିଲେ ମାତ୍ର ୪ ଜଣ ସୈନିକ। ଏହା ଦେଖି ସେଠାରେ ଉପସ୍ଥିତ ଜନତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ ଷ୍ଟେସନ୍‌ ମାଷ୍ଟର୍‌ ଯେତେବେଳେ ସ୍ଥିତି ଜାଣିବା ପାଇଁ ଟ୍ରେନ୍‌ ବଗି ଭିତରେ ପଶିଲେ,  ତାଙ୍କ ଛାତି ଥରି ଉଠିଥିଲା। କାରଣ ଟ୍ରେନ୍‌ଟି ଥିଲା ‘ଲାସ୍‌ ଗାଡ଼ି’। । ବଗି ଭିତରେ ଶହ ଶହ ଲାସ୍‌ ପଡ଼ି ରହିଥିଲା। କାହାର ବେକ କଟାଯାଇଥିଲା ତ କାହା ପେଟରେ ଛୁରୀ ଭୁସା ଯାଇଥିଲା। ତେବେ ଏହା ଭିତରେ ସେ କିଛି ହାଲ୍‌କା ଶବ୍ଦ ଶୁଣିଥିଲେ। ଆଉ ଜାଣିପାରିଲେ ଯେ, ଏମାନଙ୍କ ମଧ୍ୟରେ କେହି କେହି ଜୀବିତ ମଧ୍ୟ ଅଛନ୍ତି। ସେ ତୁରନ୍ତ ବଡ଼ ପାଟି କରି କହିଥିଲେ, ‘ଅମୃତସର୍‌ ଆସିଯାଇଛି। ଏଠି ସମସ୍ତେ ହିନ୍ଦୁ ଓ ଶିଖ୍‌ ଅଛନ୍ତି। ପୁଲିସ ମଧ୍ୟ ଅଛନ୍ତି। ତେଣୁ ଭୟ କରିବାର କିଛି ନାହିଁ।’ ଷ୍ଟେସନ୍‌ ମାଷ୍ଟର୍‌ଙ୍କ ପାଟି ଶୁଣିବା ମାତ୍ରେ ସେହି ଲାସ୍‌ ଗଦା ଭିତରୁ କିଛି ଲୋକ ଉଠିବାକୁ ଲାଗିଲେ। ଏମାନେ ହେଉଛନ୍ତି ସେହିସବୁ ଲୋକ, ଯେଉଁମାନେ ପ୍ରାଣ ଭୟରେ ଜୀବନ୍ତ ଲାସ୍‌ ହୋଇ ପଡ଼ି ରହିଥିଲେ।

ପ୍ରସିଦ୍ଧ ଐତିହାସିକ ଡୋମିନିକ୍‌ ଓ ଲ୍ୟାରୀ କୋଲିନ୍ସ୍ ନିଜ ବହି ‘ଫ୍ରିଡମ୍‌ ଆଟ୍ ମିଡ୍‌ ନାଇଟ୍‌’ରେ ଏହି ଗାଡ଼ିକୁ ‘ଭୂତ ଗାଡ଼ି’ର ଆଖ୍ୟା ଦେଇଛନ୍ତି।

ଦେଶ ସ୍ୱାଧୀନ ହୋଇଥିଲା ସତ। କିନ୍ତୁ ବିଭାଜନର କରାଳ ରୂପେ ଆଣି ଦେଇଥିଲା ଅଜସ୍ର ଲୁହ। ଏହି ବିଭାଜନ କାରଣରୁ ବିଭିନ୍ନ ସ୍ଥାନରେ ହିଂସା ଓ ଦଙ୍ଗା ଭୟଙ୍କର ରୂପ ନେଇଥିଲା। ଏଥିରେ ଭାରତ ମାଟିର କିଛି ବୀରପୁତ୍ର ମଧ୍ୟ ପ୍ରାଣ ହରାଇଥିଲେ।



from OdishaReporter https://ift.tt/2BdNCIC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages