
ଲକ୍ଷ୍ମୌ: ଉତ୍ତରପ୍ରଦେଶର ବସ୍ତିରେ ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଏକ ନର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ି ପଡ଼ିଛି। ଫଳରେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଭୁଶୁଡ଼ି ପଡ଼ିଥିବା ଫ୍ଲାଏଓଭର ତଳେ ଏବେ ବି ଜଣେ ଫସି ରହିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଅଞ୍ଚଳରେ ଗାଡ଼ିଚଳାଚଳ ପୂରା ବନ୍ଦ ରହିଛି।
ଜାତୀୟ ରାଜପଥ ୨୮ରେ ନର୍ମାଣାଧୀନ ଥିବା ଏହି ଫ୍ଲାଏଓଭର ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହାର ୬୦ ପ୍ରତିଶତ କାମ ସରି ଯାଇଥିଲା।
ଏନ୍ଏଚ୍ଆଇ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି ଫ୍ଲାଏଓଭର ନିର୍ମାଣ କରୁଛି। ହେଲେ ନିର୍ମାଣ କାମ ଶେଷ ହେବା ପୂର୍ବରୁ ହିଁ ଏନ୍ଏଚ୍ଆଇର ଅବହେଳା ସାମ୍ନାକୁ ଆସିଛି। ଏହି ଘଟଣା ପରେ ପ୍ରଶାନର ଏକ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।
from OdishaReporter https://ift.tt/2OtiwOW

No comments:
Post a Comment