ଟୋଲ୍ ପ୍ଲାଜାରେ ବିଚାରପତି ଓ ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ଲେନ୍ ରଖିବାକୁ ମାଡ୍ରାସ୍ ହାଇକୋର୍ଟଙ୍କ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ଟୋଲ୍ ପ୍ଲାଜାରେ ବିଚାରପତି ଓ ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ଲେନ୍ ରଖିବାକୁ ମାଡ୍ରାସ୍ ହାଇକୋର୍ଟଙ୍କ ନିର୍ଦ୍ଦେଶ

tollplaza

ଚେନ୍ନାଇ: ‘ଜାତୀୟ ରାଜପଥରେ ଟୋଲ୍ ପ୍ଲାଜାଗୁଡ଼ିକରେ ବିଚାରପତି ଓ ଭିଆଇପିମାନଙ୍କ ପାଇଁ ସ୍ୱତନ୍ତ୍ର ଲେନ୍‌ର ବ୍ୟବସ୍ଥା କର। ନହେଲେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରୁହ।’ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)କୁ ଏମିତି ଏକ ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ୍ ହାଇକୋର୍ଟ।

ଜଷ୍ଟିସ୍ ହୁଲୁଭାଦି ଜି ରମେଶ ଓ ଜଷ୍ଟିସ୍ ଏମ୍‌ ଭି ମୁରଲିଧରନଙ୍କୁ ନେଇ ଗଠିତ ବେଞ୍ଚ୍ କହିଛନ୍ତି ଯେ ଟୋଲ୍ ପ୍ଲାଜାଗୁଡ଼ିକରେ ଭିଆଇପି ଓ କାର୍ଯ୍ୟରତ ବିଚାରପତିମାନେ ଅପେକ୍ଷା କରି ରହିବା ଓ ପରିଚୟ ପତ୍ର ଦେଖାଇବା ଏକ ଲଜ୍ଜାଜନକ ଘଟଣା।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଏନ୍‌ଏଚ୍‌ଏଆଇ ଏହାକୁ ଗୁରୁତ୍ୱର ସହିତ ନେଉ ଓ ଦେଶର ସବୁ ସ୍ଥାନରେ  ଟୋଲ୍ ପ୍ଲାଜାଗୁଡ଼ିକରେ ସବୁ ଭିଆଇପିଙ୍କ ଗାଡ଼ି ପାଇଁ ସ୍ୱତନ୍ତ୍ର ଲେନ୍‌ର ବ୍ୟବସ୍ଥା କରୁ। କାର୍ଯ୍ୟରତ ବିଚାରପତିମାନଙ୍କ ଗାଡ଼ି ମଧ୍ୟ ଏଥିରେ ସାମିଲ ହେବ।

ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିବାକୁ କୋର୍ଟ ଉଭୟ କେନ୍ଦ୍ର ସରକାର ଓ ଏନ୍‌ଏନ୍‌ଆଇକୁ କହିଛନ୍ତି। କାର୍ଯ୍ୟରତ ବିଚାରପତି ଓ ଭିଆଇପିମାନଙ୍କ ପାଇଁ ଟୋଲ୍‌ ପ୍ଲାଜାଗୁଡ଼ିକରେ ଯେଉଁ ସ୍ୱତନ୍ତ୍ର ଲେନ୍ ରହିବ, ସେଥିରେ ଯେପରି ଅନ୍ୟମାନଙ୍କୁ ଯିବାକୁ ନଦିଆଯାଏ, ସେ ନେଇ ଟୋଲ୍‌ କଲେକ୍ଟରମାନେ ନିଶ୍ଚିତ କରିବା ଆବଶ୍ୟକ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି।

କୋର୍ଟ କହିଛନ୍ତି, ଟୋଲ୍ ପ୍ଲାଜାଗୁଡ଼ିକରେ ଭିଆଇପି ଓ କାର୍ଯ୍ୟରତ ବିଚାରପତିମାନଙ୍କ ଗାଡ଼ି ପାଇଁ ସ୍ୱତନ୍ତ୍ର ଲେନ୍ ବ୍ୟବସ୍ଥା ନ ହେଲା ପର୍ଯ୍ୟନ୍ତ ସେମାନେ ଏମିତି ହଇରାଣ ହେଉଥିବେ। ଏନ୍‌ଏଚ୍‌ଆଇଏ ଏହାକୁ ଗୁରୁତ୍ୱର ସହିତ ନ ନେଲେ ଏହାକୁ କୋର୍ଟଙ୍କ ଅବମାନନା ବୋଲି ମନେ କରାଯିବ।



from Odisha Reporter https://ift.tt/2C2hAzQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages