ଗର୍ଭବତୀ ମହିଳାକୁ ଡାଇବେଟିସ୍‌ ହୋଇଥିଲେ ପିଲାଙ୍କୁ ହୋଇପାରେ ଭୟାନକ ରୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ଗର୍ଭବତୀ ମହିଳାକୁ ଡାଇବେଟିସ୍‌ ହୋଇଥିଲେ ପିଲାଙ୍କୁ ହୋଇପାରେ ଭୟାନକ ରୋଗ

80

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାଇବେଟିସ୍‌ ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି। ଡାଇବେଟିସ୍‌ ହେଲେ ଶରୀରର ବିଭିନ୍ନ ଅଙ୍ଗ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଏଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସବୁ ବେଳେ ଚଳିବାକୁ କୁହାଯାଏ। ହେଲେ ଆପଣ ଜାଣନ୍ତି, ଗର୍ଭବତୀ ମହିଳା ଯଦି ଡାଇବେଟିସ୍‌ରେ ପୀଡ଼ିତ ହୁଅନ୍ତି, ତା’ହେଲେ ପିଲା ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଥାଏ।

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯଦି ଗର୍ଭବତୀ ମହିଳାଙ୍କୁ ଡାଇବେଟିସ୍‌ ହୁଏ, ତା’ହେଲେ ଶିଶୁଠାରେ ଅଟିଜିମ୍‌ ସ୍ପେକ୍ଟ୍ରମ୍ ଡିସୋର୍ଡର ହେବାର ଆଶଙ୍କା ଅଧିକ ଥାଏ। ଏହା ଏମିତି ଏକ ରୋଗ ଯେଉଁଥିରେ ପିଲାର ମାନସିକ ବିକାଶ ଠିକ୍‌ ଭାବେ ହୋଇପାରେ ନାହିଁ। ଏହି ରୋଗ ହେଲେ ସମାଜ ପ୍ରତି ରୁଚି ରହେ ନାହିଁ। ରୋଗୀ ଆତ୍ମକୈନ୍ଦ୍ରିକ ହୋଇଯାଏ।

ଏହି ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁ ମହିଳାମାନେ ଗର୍ଭାବସ୍ଥାରେ ମଧୁମେହ ରୋଗରେ ପଡ଼ି ନଥାନ୍ତି, ସେମାନଙ୍କ ପିଲାଙ୍କ ତୁଳନାରେ ଯେଉଁ ମହିଳାମାନେ ଗର୍ଭବତୀ ହେବାର ୨୬ ସପ୍ତାହ ପରେ ମଧୁମେହ ରୋଗର ଶିକାର ହୁଅନ୍ତି, ସେମାନଙ୍କ ପିଲା ଅଧିକ ସଂଖ୍ୟାରେ ଅଟିଜିମ୍‌ ସ୍ପେକ୍ଟ୍ରମ୍ ଡିସୋର୍ଡରରେ ପୀଡ଼ିତ ହୋଇଥାଆନ୍ତି।

ଏହି ଗବେଷଣା ଆମେରିକାରେ ହୋଇଥିଲା। ଏହାକୁ ୧୯୯୫ ରୁ ୨୦୧୨ ମସିହା ମଧ୍ୟରେ କରାଯାଇଥିଲା। ଗବେଷଣାରେ ୪,୧୯,୪୨୫ଜଣ ପିଲାଙ୍କୁ ସାମିଲ କରାଯାଇଥିଲା, ଯେଉଁମାନଙ୍କର ଜନ୍ମ ୨୮ ରୁ ୪୪ ସପ୍ତାହ ଭିତରେ ହୋଇଥିଲା।



from OdishaReporter https://ift.tt/2n5LR6t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages