କ’ଣ ଏହି ଚିତାଲାଗି ପର୍ବ, କାହିଁକି ପୂଜାହୁଏ ଚିତଉ ପିଠା ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

କ’ଣ ଏହି ଚିତାଲାଗି ପର୍ବ, କାହିଁକି ପୂଜାହୁଏ ଚିତଉ ପିଠା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର ଚିତାଲାଗି ଅମାବାସ୍ୟା। ଏମିତି ବି କହିପାରନ୍ତି, ଚିତଉ ଅମାବାସ୍ୟା। ଓଡ଼ିଆଙ୍କ ପାଇଁ ଏ ଦିନଟିର ମହତ୍ୱ ବେଶ୍‌ ଅଧିକ। କାରଣ ଏହି ଦିନ ଶ୍ରୀମନ୍ଦିରରେ ପୂଜିତ ଶ୍ରୀ ବିଗ୍ରହମାନଙ୍କ ମଥାରେ ରତ୍ନଚିତା ଲାଗି କରାଯାଇଥାଏ।

ଦେବସ୍ନାନ ପୂର୍ଣ୍ଣିମା ଦିନ ଠାକୁରମାନଙ୍କ ଶ୍ରୀମୁଖରେ ବର୍ଷ ତମାମ ଲାଗି ରହୁଥିବା ରତ୍ନଚିତା ଓ ରାହୁରେଖା ଅପସାରଣ କରି ନିଆଯାଇଥାଏ। ରଥଯାତ୍ରା ସମୟରେ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ଠାକୁରମାନଙ୍କ ଶ୍ରୀମୁଖରେ ଏ ଦୁର୍ଲଭ ଅଳଙ୍କାର ଦେଖିବାକୁ ମିଳି ନ ଥାଏ। ପ୍ରତୀକାତ୍ମକ ଭାବେ ଶ୍ରୀ ବିଗ୍ରହମାନଙ୍କ ମଥାରେ କେବଳ ସୋଲଚିତା ଲାଗି ହୋଇଥାଏ।

ରଥଯାତ୍ରାରୁ ଫେରିବା ପରେ ଠାକୁରମାନେ ଶ୍ରାବଣ ଶୁକ୍ଳ ଅମାବାସ୍ୟା ତିଥିରେ ପୁଣିଥରେ ଦୁର୍ଲଭ ରତ୍ନଚିତା ଧାରଣ କରିଥାନ୍ତି। ଯାହାକୁ ଚିତାଲାଗି ବା ଚିତ୍ରକ ପର୍ବ ଭାବେ ପାଳନ କରାଯାଇଥାଏ। ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ସୁବର୍ଣ୍ଣଯୁକ୍ତ  ହୀରା, ନୀଳା ଓ ପ୍ରପନ୍ନ(ପନ୍ନା) ଜଡ଼ିତ ଦୁର୍ଲଭ ଧାତବ ଚିତାମାନ ଲାଗି କରାଯାଇଥାଏ। ଏହି ସମୟରେ ମହାପ୍ରଭୁଙ୍କ ପାଖରେ ପାରମ୍ପରିକ ଚିତଉ ପିଠା ପ୍ରସାଦ ଭାବେ ଲାଗି କରାଯାଇଥାଏ।

ଓଡ଼ିଆ ଘରେ ଚିତାଲାଗି: ଶ୍ରୀ ଜଗନ୍ନାଥଙ୍କ ସହ ଓଡ଼ିଆଙ୍କ ଚଳଣି ଅଙ୍ଗାଙ୍ଗୀ ଭାବେ ଜଡିତ ଥିବାରୁ ଏହି ପର୍ବଟିକୁ କୃଷି ସହ ମଧ୍ୟ ଯୋଡ଼ି ଦିଆଯାଇଛି। ମହାପ୍ରଭୁଙ୍କ ଚିତାର ଆକୃତି ଭଳି ଗୋଲାକାର ଚିତଉ ପିଠାକୁ କୃଷିକ୍ଷେତ୍ରରେ ପ୍ରସାଦ ଭାବେ ଲାଗି କରାଯାଇଥାଏ। ଚାଉଳ ଚୁନାରେ ପ୍ରସ୍ତୁତ ଏହି ପିଠାକୁ “ଗେଣ୍ଡୁଆଶୁଣି”(ଶାସ୍ତ୍ରରେ ଥିବା ନାମକରଣ)ଙ୍କୁ ସମର୍ପଣ କରାଯାଇଥାଏ।

ଭୂମିରେ ତଥା ପଙ୍କରେ ବିଚରଣ କରୁଥିବା ଗେଣ୍ଡାମାନଙ୍କୁ ଉପରୋକ୍ତ ନାମରେ ନାମିତ କରାଯାଇଛି। କୃଷି କ୍ଷେତ୍ରରେ ବର୍ଷା ସମୟରେ ଗେଣ୍ଡା, କୋଚିଆଗୁଡିକ ପଙ୍କରେ ବିଚରଣ କରୁଥାନ୍ତି। କୃଷି କ୍ଷେତ୍ରକୁ ଯିବାବେଳେ କାଳେ କାହାକୁ ଏମାନେ କ୍ଷତି ପହଞ୍ଚାଇବେ, ତେଣୁ ମହାପ୍ରଭୁଙ୍କ ଚିତା ସ୍ୱରୂପ ଏହି ପିଠାକୁ ସମର୍ପଣ କରି କୃଷି କାର୍ଯ୍ୟ ସମୟରେ ବାଧା ନ ଦେବାକୁ ସେମାନଙ୍କୁ ପ୍ରାର୍ଥନା କରାଯାଇଥାଏ।

ମହାପ୍ରଭୁଙ୍କ ଚିତା ଓ ଚିତଉ ପିଠାର ଆକୃତି ଦୃଷ୍ଟିରୁ ସମାନତା ରହୁଥିବାରୁ ଏହି ପର୍ବର ମହତ୍ୱ ଉଭୟ କୃଷି ଓ ଧର୍ମ ଦୃଷ୍ଟିକୋଣରୁ ଓଡ଼ିଆଙ୍କ ପାଇଁ ବେଶ୍‌ ମହତ୍ୱପୂର୍ଣ୍ଣ।

ଓଡ଼ିଶା ବାହାରେ ପର୍ବ:  ଭାରତ ଏକ କୃଷିପ୍ରଧାନ ଦେଶ। ଅନେକ ପର୍ବ ଅନେକ ଉତ୍ସବ ଭିତରେ କୃଷିକୁ ହିଁ ଗୁରୁତ୍ୱ ଦେଇ ଭାରତରେ ପାଳନ ହୁଏ ପର୍ବ।

ତେବେ ଜାଣି ଖୁସି ହେବେ, ଶ୍ରାବଣ ଅମାବାସ୍ୟା ଓଡ଼ିଶାରେ ଚିତାଲାଗି ଅମାବାସ୍ୟା ଭାବେ ପାଳିତ ହେଉଥିବା ବେଳେ ଉତ୍ତର ଭାରତରେ “ହରିଆଲି ଅମାବାସ”, ଆନ୍ଧ୍ରପ୍ରଦେଶରେ “ଚୁକ୍କଲା ଅମାବାସ୍ୟାମ୍‌”, ମହାରାଷ୍ଟ୍ରରେ “ଗଟ୍ରି ଅମାବାସ୍‌” ଏବଂ କର୍ଣ୍ଣାଟକରେ “ଭିମାନୀ ଅମାବାସମ୍‌” ବା “ଦିୱସି ଗୌରୀ ପୂଜନ” ଆଦି ନାମରେ ପାଳନ କରାଯାଇଥାଏ।



from OdishaReporter https://ift.tt/2nsy7mg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages