ପୁଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚିକୁ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ପୁଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚିକୁ ଆହତ

encounter

କଟକ(ଓଡ଼ିଶା ରିପୋର୍ଟର): ପୁଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଅନୀଲ ବେହେରା ଓରଫ୍‌ ଚିକୁ ଆହତ ହୋଇଛି। ଚିକୁର ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏକ ଲୁଟ୍ ମାମଲାରେ କଟକ ପୁଲିସ୍‌ ଚିକୁକୁ ଖୋଜୁଥିଲା। ସେ ନୂଆପଡ଼ା ଅଞ୍ଚଳରେ ଥିବା ନେଇ ପୁଲିସ୍‌ ଖବର ପାଇଥିଲା। ତା’ପରେ ସେଠାରେ ଚଢ଼ଉ କରିଥିଲା। ଏହି ସମୟରେ ଚିକୁ ପୁଲିସ୍‌ ଉପରକୁ ଗୁଳି ଚଳାଇ ଖସି ପଳାଇବାକୁ ଚେଷ୍ଟା କରିଥିଲା। ପୁଲିସ୍‌ ଏହାର ପାଲଟା ଜବାବ ଦେଇଥିଲା। ପୁଲିସ୍‌ ଗୁଳିରେ ଚିକୁ ଆହତ ହୋଇଥିଲା।

ଚିକୁ ନିକଟରୁ ଗୋଟିଏ ପିସ୍ତଲ, ଦୁଇ ରାଉଣ୍ଡ ଗୁଳି ଓ ମୋବାଇଲ୍‌ ଜବତ କରାଯାଇଛି।

 



from Odisha Reporter https://ift.tt/2OGXmwX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages