କେଜ୍ରିୱାଲ୍‌ଙ୍କ ଉପରେ ବର୍ଷିଲେ ଆଶୁତୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

କେଜ୍ରିୱାଲ୍‌ଙ୍କ ଉପରେ ବର୍ଷିଲେ ଆଶୁତୋଷ

kejriwal

ନୂଆଦିଲ୍ଲୀ: ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ଆଶୁତୋଷ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି,“ମୋର ୨୩ ବର୍ଷର ସାମ୍ବାଦିକତା କ୍ୟାରିଅରରେ କେହି ମୋତେ ମୋ ଜାତି ଓ ସର୍‌ନେମ୍‌ (ସାଜ୍ଞା) ପଚାରି ନଥିଲେ। ମୁଁ ସବୁବେଳେ ମୋ ନାଁରେ ପରିଚିତ ଥିଲି। କିନ୍ତୁ ୨୦୧୪ ଲୋକସଭା ନିର୍ବାଚନରେ ଯେତେବେଳେ ପ୍ରାର୍ଥୀ ଭାବେ ମୋତେ ଦଳୀୟ କାର୍ଯ୍ୟକର୍ତ୍ତା ନିକଟରେ ପରିଚିତ କରାଗଲା ସେତେବେଳେ ମୋ ସାଜ୍ଞା ବ୍ୟବହାର କରାଗଲା। ମୋ ବିରୋଧ ସତ୍ତ୍ୱେ ମୋ ସାଜ୍ଞାକୁ ବ୍ୟବହାର କରାଯାଇଥିଲା। ମୋତେ କୁହାଯାଇଥିଲା- ଆପଣ ଜିତିବେ କେମିତି, ଆପଣଙ୍କ ଜାତିରେ ବହୁତ ଭୋଟ୍ ଅଛି।”


ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଆପ୍‌ର ଅନ୍ୟତମ ପ୍ରମୁଖ ନେତା ଅତିଶି ମର୍ଲେନା ସୋଶାଲ୍ ମିଡିଆରେ ତାଙ୍କ ନାଁ ବଦଳାଇ ଦେବା ମାମଲା ସାମ୍ନାକୁ ଆସିଥିଲା।

ଟ୍ୱିଟ୍‌ରରେ ପ୍ରଥମେ ତାଙ୍କ ନାଁ ଅତିଶି ମର୍ଲେନା ଥିଲା। ଏବେ ତାଙ୍କ ନାଁ ପରେ ‘ମର୍ଲେନା’କୁ ହଟାଇ ଦିଆଯାଇଛି। ସେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି।

ଅତିଶି କହିଛନ୍ତି ଯେ ତାଙ୍କ ସର୍‌ନେମ୍ ବା ସାଜ୍ଞା ମର୍ଲେନା ନୁହେଁ। ତାଙ୍କ ସାଜ୍ଞା ହେଉଛି ସିଂହ। ତେବେ ନିର୍ବାଚନରେ ସେ କେବଳ ଅତିଶି ନାଁ ବ୍ୟବହାର କରିବେ ବୋଲି କହିଛନ୍ତି।



from Odisha Reporter https://ift.tt/2wm28Ju

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages