ଝିଅଙ୍କୁ ଲାଇନ୍‌ ମାରୁଥିଲା ରସିକିଆ ଟୋକା, ବାନ୍ଧି ଛେଚିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ଝିଅଙ୍କୁ ଲାଇନ୍‌ ମାରୁଥିଲା ରସିକିଆ ଟୋକା, ବାନ୍ଧି ଛେଚିଲେ

Local-Toka

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଲେଡିଜ୍‌ ହଷ୍ଟେଲ୍‌ର ଝିଅମାନଙ୍କୁ ଲାଇନ୍‌ ମାରୁଥିଲା ଜଣେ ରସିକିଆ ଟୋକା। ଏପରିକି ହଷ୍ଟେଲ୍‌ ବୁଝୁଶୁଝା କରୁଥିବା ବିଧବା ମହିଳାଙ୍କୁ ମଧ୍ୟ କମେଣ୍ଟ୍‌ ମାରୁଥିଲା। ବିଭିନ୍ନ ସମୟରେ ନାନା ହଇରାଣ ହରକତ ମଧ୍ୟ କରୁଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ସୂଚନା ପାଇବା ପରେ ପୂର୍ବରୁ ପ୍ରସ୍ତୁତ ଥିଲେ। ଆଉ ସୁଯୋଗ ମିଳିବା ମାତ୍ରେ ରସିକିଆ ଟୋକାକୁ ବାନ୍ଧି ନିର୍ଧୁମ ଛେଚିଲେ। ଆଜି ଏପରି ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ଛେଣ୍ଡିପଦା ଥାନା ମୁଣ୍ଡାପାଳ ଗାଁର ଲିଲିପ ସାହୁ ରାଜ୍ୟ ବାହାରେ ରୁହେ। କିଛି ଦିନ ତଳେ ସେ ଗାଁକୁ ଫେରିଥିଲା। ଗାଁରେ ରହୁଥିବା ବେଳେ ନିକଟରେ ଥିବା ଏକ ଲେଡିଜ୍‌ ହଷ୍ଟେଲ୍‌ ସମ୍ମୁଖରେ ଲିଲିପ ଆଡ୍ଡା ଜମାଏ। ହଷ୍ଟେଲ୍‌ର ଝିଅମାନକୁ ଲାଇନ୍‌ ମାରୁଥିଲା।  ଝିଅମାନେ ହଷ୍ଟଲରୁ ବାହାରିବା ମାତ୍ରେ ଲିଲିପ ସେମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ଅଭିଯୋଗ ହୋଇଛି। ଏପରିକି ହଷ୍ଟେଲ୍‌ ଦାୟିତ୍ୱରେ ବିଧବା ମହିଳାଙ୍କ ମଧ୍ୟ ସୁଯୋଗ ଦେଖି ଦୁର୍ବ୍ୟବହାର କରୁଥିଲା।

ପୁଲିସର ସୂଚନା ଅନୁଯାୟୀ, ଗତକାଲି ଲିଲିପ ହଷ୍ଟେଲ ଦାୟିତ୍ୱରେ ବିଧବାଙ୍କ ଘରେ ପଶି ନାନା ଧମକ ଚମକ ଦେବା ସହ ତାଙ୍କ ଫୋନ୍‌ ନମ୍ୱର ଓ ଆକାଉଣ୍ଟ ନମ୍ୱର ନେଇ ଥିଲା। ପରେ ସେ ଫୋନ୍‌ରେ ଅଶ୍ଳୀଳ ଭାଷାରେ ସମ୍ପୃକ୍ତ ମହିଳାଙ୍କୁ ଗାଳି ଦେଇଥିଲା। ଏ ସମ୍ପର୍କରେ ମହିଳା ଜଣଙ୍କ ନିଜ ସମ୍ପର୍କୀୟମାନଙ୍କୁ ଜଣାଇଥିଲେ।

ଆଜି ଲିଲିପ ହଷ୍ଟେଲ୍‌ ପାଖକୁ ଆସିଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମହିଳାଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକ ତାକୁ କାବୁ କରିନେଇଥିଲେ। ପରେ ରାସ୍ତା ପାଖ ଏକ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଥିଲେ। କେହି କେହି ରସିକିଆ ଟୋକାକୁ ହେଉଥିବା ନିସ୍ତୁକ ମାଡ଼ର ଦୃଶ୍ୟ ନିଜ ମୋବାଇଲ୍‌ରେ ମଧ୍ୟ ରେକର୍ଡିଂ କରିଥିଲେ।

ଏ ସମ୍ପର୍କରେ ଛେଣ୍ଡିପଦା ପୁଲିସ ଖବର ପାଇ ଘଟଣାସ୍ଥଳରୁ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।



from Odisha Reporter https://ift.tt/2w9J55c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages