
ବୌଦ୍ଧ(ଓଡ଼ିଶା ରିପୋର୍ଟର): ବୌଦ୍ଧ ଜିଲ୍ଲା ବୀରନରସିଂହପୁର ବ୍ରିଜ୍ ନିକଟରେ ଏକ କାର୍ ଓ ବାଇକ୍ ମଧ୍ୟରେ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଶିକ୍ଷକ ଅଜିମ ଖାନ୍ ଓ ଶିକ୍ଷୟିତ୍ରୀ ଜ୍ୟୋର୍ତିମୟୀ ପ୍ରଧାନ। ସେମାନଙ୍କ ଘର ହରଭଙ୍ଗା ବ୍ଲକ୍ ରାମ୍ଭିକଟା ଗାଁରେ।
ଉଭୟେ ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ଆଜି ସ୍କୁଲ୍କୁ ବାଇକ୍ରେ ଆସୁଥିବା ବେଳେ ଏକ କାର୍ ସହିତ ସେମାନଙ୍କର ଧକ୍କା ହୋଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।
from OdishaReporter https://ift.tt/2OXLW8V
No comments:
Post a Comment