କାର୍‌ରେ ବସିବା ବେଳେ କ’ଣ କରନ୍ତି ମୋଦି, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

କାର୍‌ରେ ବସିବା ବେଳେ କ’ଣ କରନ୍ତି ମୋଦି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସେ ଫେସବୁକ୍‌ ହେଉ କି ଟ୍ୱିଟର ଅବା ଇନ୍‌ଷ୍ଟାଗ୍ରାମ। ସୋଶାଲ ମିଡିଆରେ ସବୁଠୁ ବେଶୀ ଚର୍ଚ୍ଚାରେ ରୁହନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଏବେ ମୋଦିଙ୍କର ଏକ ଭିଡିଓ ଭାଇରାଲ ହେଉଛି।  ଯାହାକୁ ଦେଖି ଆପଣ ବି ସଚେତନ ହେବେ। ଏହି ଭିଡିଓକୁ ପ୍ରେସ୍‌ ଇନଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ସେୟାର କରାଯାଇଛି।

ଯେଉଁ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି କାର୍‌ ଭିତରେ ବସିବା ବେଳେ ସିଟ୍‌ ବେଲଟ୍‌ ବାନ୍ଧୁଥିବା ଦେଖାଯାଉଛି। ମୁଖ୍ୟତଃ ଲୋକମାନଙ୍କୁ ଗାଡ଼ି ଚଲେଇଲା ବେଳେ ସଚେତନତା କରିବା ଉଦ୍ଦେଶ୍ୟରେ ଏହି ଭିଡିଓ ସେୟାର କରାଯାଇଥିବା କୁହାଯାଉଛି।

ମୋଦି କାର୍‌ ଭିତରକୁ ଯିବା ପୂର୍ବରୁ ପ୍ରଥମେ ଲୋକଙ୍କ ଅଭିବାଦନ ଗ୍ରହଣ କରୁଛନ୍ତି।  ପରେ ସିଟ୍‌ ବେଲଟ୍‌ ବାନ୍ଧୁଥିବା ଭିଡିଓରେ ଦୃଶ୍ୟାୟନ ହେଉଛି। ଏନେଇ ପିଆଇବି ଟ୍ୱିଟ୍‌ କରିଛି। ସେଥିରେ ଉଲ୍ଲେଖ ଅଛି ଯେ, ‘ପ୍ରଧାନମନ୍ତ୍ରୀ ମୋଦି କାରର୍‌ରେ ବସିବା ପରେ ପ୍ରଥମେ ସିଟ୍‌ବେଲଟ୍‌ ବାନ୍ଧୁଛନ୍ତି। କ’ଣ ଆପଣ କରୁଛନ୍ତି ? ଏହାପରେ ଲେଖାଯାଇଛି ଯେ, ସିଟ୍‌ବେଲଟ୍‌ ଲଗାନ୍ତୁ।’ ଏହି ଭିଡିଓଟିକୁ ୫୦୦୦ରୁ ଅଧିକ ଲାଇକ୍‌ ମିଳିଛି।

୨୦୦୦ରୁ ଅଧିକ କମେଣ୍ଟ ଆସିଛି।  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁଯାୟୀ, ସିଟ୍‌ ବେଲଟ୍‌ ନ ବାନ୍ଧିବା କାରଣରୁ ଦୁର୍ଘଟଣାରେ ୪୫-୬୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ଘଟୁଛି। ୨୦୧୭ରେ Maruti Suzuki India Limited ପକ୍ଷରୁ କରାଯାଇଥିବା ଏକ ସର୍ଭେରେ କେବଳ ୨୫ ପ୍ରତିଶତ ଲୋକେ ସିଟ୍‌ ବେଲଟ୍‌ ଲଗାଇଥାନ୍ତି।



from Odisha Reporter https://ift.tt/2N9QnMH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages