ନଟିଂହାମ୍‌ରେ ଚାଲିବ କି ବିରାଟ୍‌ଙ୍କ ବ୍ୟାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

ନଟିଂହାମ୍‌ରେ ଚାଲିବ କି ବିରାଟ୍‌ଙ୍କ ବ୍ୟାଟ୍‌

ଲଣ୍ଡନ୍‌: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ୨-୦ରେ ପଛରେ ଥିବା ଟିମ୍‌ ଇଣ୍ଡିଆ ତୃତୀୟ ଟେଷ୍ଟ୍‌ ପାଇଁ ଶନିବାର ନଟିଂହାମ ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚ୍‌କୁ ଜିତି ଟିମ୍‌ ଇଣ୍ଡିଆ ସିରିଜ୍‌କୁ ଫେରିବାକୁ ଲକ୍ଷ୍ୟ ରଖିଛି। କାରଣ ସିରିଜ୍‌ ବଞ୍ଚାଇବା ପାଇଁ ଏହା ଭାରତ ପାଇଁ ଶେଷ ସୁଯୋଗ।

ହେଲେ ରେକର୍ଡ କହୁଛି, ନଟିଂହାମ ପିଚ୍‌ରେ ଟିମ୍‌ ଇଣ୍ଡିଆର ରନ୍‌ ମେସିନ୍‌ ତଥା ଅଧିନାୟକ ବିରାଟ୍‌ କୋହଲିଙ୍କ ପ୍ରଦର୍ଶନ ଆଦୌ ଭଲ ନୁହେଁ। ୨୦୧୪ ନଟିଂହାମରେ ଖେଳା ଯାଇଥିବା ଏକମାତ୍ର ଟେଷ୍ଟର ଉଭୟ ଇନିଂସ୍‌ରେ ବିରାଟ୍‌ ଯଥାକ୍ରମେ  ୧ ଓ ୮ ରନ୍‌ କରିଥିଲେ।

ଏପରି କି ଭାରତୀୟ ସ୍ପିଡ୍‌ ଷ୍ଟାର୍‌ ମହମ୍ମଦ ସାମି ଓ ଇଶାନ୍ତ ଶର୍ମାଙ୍କ ତୁଳନାରେ ବିରାଟ୍‌ ପ୍ରଦର୍ଶନ ଏଠାରେ ଅତ୍ୟନ୍ତ ଦୟନୀୟ। ମହମ୍ମଦ ସାମି ୨୦୧୪ ଗସ୍ତ ବେଳେ ଏଠାରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଇଶାନ୍ତ ଶର୍ମା ଗୁରୁତ୍ୱପୂର୍ଣ୍ଣ ୨୫ ରନ୍‌ କରିଥିଲେ। ହେଲେ ବିରାଟ୍‌ଙ୍କ ବ୍ୟାଟ୍‌ ଏଠାରେ ଅଦୌ ଚାଲିନାହିଁ।

ଚଳିତ ଇଂଲଣ୍ଡ ଗସ୍ତରେ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ମାନେ ଚଳିତ ଗସ୍ତରେ ଇଂଲଣ୍ଡ ବୋଲର୍‌ଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି। ଏକା ଅଧିନାୟକ କୋହଲି ହିଁ ପ୍ରଥମ ଟେଷ୍ଟର ଦୁଇଟି ଯାକ ଇଂନିସ୍‌ରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। ଲର୍ଡସ୍‌ରେ କୋହଲି ଫେଲ୍‌ ମାରିଲେ ତ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ୍‌ ଅପ୍‌ ସଂପୂର୍ଣ୍ଣ ଭୁଶୁଡ଼ି ଯାଇଥିଲା।

ଯଦି ନଟିଂହାମ୍‌ର ପୂର୍ବ ରେକର୍ଡ ଅନୁସାରେ କୋହଲିଙ୍କ ବ୍ୟାଟ୍‌ ନ ଚାଲେ, ତେବେ ପରବର୍ତ୍ତୀ ବ୍ୟାଟସ୍‌ମ୍ୟାନ୍‌ମାନେ ସଂପୂର୍ଣ୍ଣ ଚାପରେ ରହିବେ, ଯାହା ଟିମ୍ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି।

ତେବେ ଚଳିତ ଗସ୍ତରେ କୋହଲି ପୂର୍ବ ରେକର୍ଡକୁ ସୁଧାରିବା ପାଇଁ ମାନସିକସ୍ତରରେ ଯୋଜନା କରିଥିବା ଜଣାପଡ଼ିଛି।



from OdishaReporter https://ift.tt/2wbeIu7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages