ଖୁବ୍‌ଶୀଘ୍ର ଆସୁଛି ବହୁତ୍‌ କମ୍‌ ଦାମ୍‌ରେ ଏହି ୬ଟି ଷ୍ଟାଇଲିଶ କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ଖୁବ୍‌ଶୀଘ୍ର ଆସୁଛି ବହୁତ୍‌ କମ୍‌ ଦାମ୍‌ରେ ଏହି ୬ଟି ଷ୍ଟାଇଲିଶ କାର୍‌

ନୂଆଦିଲ୍ଲୀ: ଯଦି ଆପଣଙ୍କ ବଜେଟ୍‌ ୫ ଲକ୍ଷ ଟଙ୍କା ରହିଛି, ଆଉ ଆପଣ ଏକ ଷ୍ଟାଇଲିଶ କାର୍‌ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁବ୍‌ଶୀଘ୍ର ୫ଟି ନୂଆ ଷ୍ଟାଇଲିଶ କାର୍‌ ଆସିବାକୁ ଯାଉଛି। କାରଣ ମାରୁତି ଓ ୱାଗନ୍‌ଆର୍‌ ନୂଆ ଲୁକ୍‌ରେ ପୁଣିଥରେ କାର୍‌ ମାର୍କେଟ୍‌କୁ ଆସିବ। ଏଥିସହିତ ୩ ନୂଆ କାର୍‌ ମଧ୍ୟ ମାର୍କେଟ୍‌କୁ ଆସିବ।

ଅଲ୍ ନ୍ୟୁ ହ୍ୟୁଣ୍ଡାଇ ସେଣ୍ଟ୍ରୋ: ଏହି କାର୍‌ଟି ପୁଣିଥରେ ନୂଆ ଲୁକ୍‌ରେ ଭାରତୀୟ କାର ମାର୍କେଟ୍‌କୁ ଆସୁଛି। ହ୍ୟୁଣ୍ଡାଇର ଏହି ମଡେଲ୍‌ଟି ଭାରତରେ ୧୯୯୮ରେ ଲଞ୍ଚ୍‌ ହୋଇଥିଲା। ଏହା ଖୁବ୍‌ ଲୋକପ୍ରିୟ ମଧ୍ୟ ହେଲା। କିନ୍ତୁ ୨୦୧୪ରେ ଏହାର ଉତ୍ପାଦନ ବନ୍ଦ ହୋଇଗଲା। ଏବେ ପୁଣିଥରେ କମ୍ପାନୀ ଏହି କାର୍‌ ନୂଆ ଲୁକ୍‌ରେ ଲଞ୍ଚ୍‌ କରିବାକୁ ଯୋଜନା କରୁଛି।

କମ୍ପାନୀ ପକ୍ଷରୁ ଏହାର ମୂଲ୍ୟ ଘୋଷଣା ହୋଇ ନଥିଲେ ବି ଏହାର ମୂଲ୍ୟ ୪ରୁ ୬ ଲକ୍ଷ ରହିବ ବୋଲି ଅନୁମାନ କରାଯାଉଛି।

ଟାଟା ଟିୟାଗୋ ଏକ୍ଟିଭ୍‌: ଟାଟା ଟିୟାଗୋ ଏକ୍ଟିଭ୍‌: ଟାଟା ଟିୟାଗୋର ଏହା କିଟ୍ ଏଡିସନ୍‌ ମଡେଲ୍ ହେବ। ଏଥିରେ ନୂଆ ସିଟ୍‌ କଭର୍‌, ରିଡିଂ ଲାଇଟ୍‌ ସହିତ ଅନେକ ଅତ୍ୟାଧୁନିକ ସୁବିଧା ରହିଛି।

ଏହାର ଆନୁମାନିକ ମୂଲ୍ୟ: ୪.୫୦ର ୫.୦୫ ଲକ୍ଷ ଟଙ୍କା

ଆନୁମାନିକ ଲଞ୍ଚ୍‌ ସମୟ: ୨୦୧୮-୨୦୧୯

ମାରୁତି ସୁଜୁକି ୱାଗନ୍‌ ଆର୍: ଚଳିଚ ବର୍ଷ ଦୀପାବଳିରେ ମାରୁତି ତା’ର ୱାଗନ୍‌ ଆର୍‌ କାର୍‌କୁ ନୂଆ ରୂପରେ ଭାରତରେ ଲଞ୍ଚ୍‌ କରିବାକୁ ଯୋଜନା କରୁଛି। ଏହି କାର୍‌ଟି ପୁରୁଣା ମଡେଲ୍‌ଠାରୁ ଟିକେ ନୂଆ ଡିଜାଇନ୍‌ର ହେବ। ପୂର୍ବଠାରୁ ଏହାର ଚେସିସ୍‌ ବହୁତ୍‌ ମଜଭୁତ୍‌ ଓ ହାଲ୍‌କା ରହିବ। ଏଥିସହିତ ନୂଆ ମଡେଲ୍‌ରେ ସ୍ପିଲ୍ଟ୍‌ ହେଡ୍‌ଲ୍ୟାମ୍ପ ରିଭାଇଜ୍‌ଡ ଫ୍ରଣ୍ଟ ଗ୍ରୀଲ୍‌ , ବଡ଼ ୱିଣ୍ଡ ସିଲ୍ଡ ଓ ନୂଆ ରୁଫ୍‌ ମାଉଣ୍ଟେଡ୍‌ ସ୍ଲାଇପର୍‌ ଦିଆଯାଇଛି।

ଆନୁମାନିକ ମୂଲ୍ୟ: ୪.୫୦ ରୁ ୫.୫୦ ଲକ୍ଷ ଟଙ୍କା
ଆନୁମାନିକ ଲଞ୍ଚ୍‌ ସମୟ: ୨୦୧୮ ଦୀପାବଳିରେ କିମ୍ବା ୨୦୧୯ରେ

ରିନୋଲ୍ଟ କ୍ୱିଡି ରେସ୍‌ ଏଡିସନ୍‌: ମାର୍ଚ୍ଚ ୨୦୧୭ରେ ଏହି କାର୍‌ର କ୍ଲାଇମ୍ବର ଏଡିଶନ୍‌ ଲଞ୍ଚ୍‌ ହୋଇଥିବା ବେଳେ କ୍ୱିଡ ରେସ୍‌ ଏଡିସନ୍‌ ଭାରତରେ ଖୁବ୍‌ଶୀଘ୍ର ଲଞ୍ଚ୍‌ କରିବ। ଏଥିରେ ଇଣ୍ଟିଗ୍ରେଟେଡ୍‌ ରିୟର୍ ସ୍ପାଇଡ୍‌ଲର୍, ଲେଦର ଟ୍ରିମ୍‌ ଷ୍ଟିୟରିଂ ୱିଲ୍‌, ଡିଜିଟାଲ୍‌ ରିଭର୍ସ କାଉଣ୍ଟର ଭଳି ଅନେକ ସୁବିଧା ରହିଛି।

ଆନୁମାନିକ ମୂଲ୍ୟ: ୪.୫୦ ଲକ୍ଷ ଟଙ୍କା

ଆନୁମାନିକ ଲଞ୍ଚ୍‌ ସମୟ: ୨୦୧୮ କିମ୍ବା ୨୦୧୯

ନ୍ୟୁ ଜେନେରେସନ୍‌ ମାରୁତି ଅଲ୍ଟୋ: ସୁଜୁକି ମାରୁତି ଅଲ୍ଟୋର ନୂଆ ଜେନେରେସନ ଅପ୍‌ଡେଟେଡ ମଡେଲ୍‌ ଭାରତରେ ଲଞ୍ଚ୍‌ କରିବାକୁ ପ୍ରସ୍ତୁତ ହେଉଛି। ଏହି କାର୍‌ଟି ନୂଆ ହାର୍ଟେକ୍ଟ ପ୍ଲାଟ୍‌ଫର୍ମ ଉପରେ ପର୍ଯ୍ୟବସିତ ହେବ। ଏଥିରେ ୬୫୮ ସିସିର ଇଞ୍ଜିନ୍‌ ଲାଗିଥିବା ସହିତ ପୁରୁଣା ଅଲ୍ଟୋକାର୍‌ଠାରୁ ଅଧିକ ମାଇଲେଜ୍‌ ଦେବ।

ଆନୁମାନିକ ମୂଲ୍ୟ: ୩ ଲକ୍ଷ

ଆନୁମାନିକ ଲଞ୍ଚ୍‌ର ସମୟ: ୨୦୧୮ରୁ ୨୦୨୧

ନୂଆ ଜେନେରେସନ୍‌ ହଣ୍ଡା ବ୍ବ୍ରାୟୋ: କମ୍ପାନୀ ଏହି କାର୍‌ଟି ଇଣ୍ଡୋନେସିଆ ଇଣ୍ଟର୍‌ନ୍ୟାସ୍‌ନ୍‌ଆଲ୍‌ ଅଟୋ ‘ଶୋ’ରେ ଡେବ୍ୟୁ କରିଥିଲା। ଏବେ ଏହା ଭାରତରେ ଲଞ୍ଚ ହେବ। ଏଥିରେ 1.2L i-VTEC ପେଟ୍ରୋଲ୍‌ ଇଞ୍ଜିନ୍‌ ଲାଗିବ। ଯାହା ୮୯ ବିଏଚ୍‌ପି ପାୱାର୍‌ ଓ ୧୧୦ ନ୍ୟୁଟନ୍ ମୋଟର୍‌ ଟର୍କ ଜେନେରେଟ୍‌ କରିବ।

ଏହାର ଆନୁମାନିକ ମୂଲ୍ୟ: 5.5 ଲକ୍ଷ

ଆନୁମାନିକ ଲଞ୍ଚ୍‌ ସମୟ: ୨୦୧୯ରୁ ୨୦୨୦



from Odisha Reporter https://ift.tt/2L9oNgx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages