ଥାନାବାବୁଙ୍କ ବିରୋଧରେ ଆସିଛି ଏମିତି ସଙ୍ଗୀନ୍ ଅଭିଯୋଗ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ଥାନାବାବୁଙ୍କ ବିରୋଧରେ ଆସିଛି ଏମିତି ସଙ୍ଗୀନ୍ ଅଭିଯୋଗ…

ସୋନପୁର (ଓଡ଼ିଶା ରିପୋର୍ଟର): ସୋନପୁରର ଜଣେ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ। ସେ କୁଆଡ଼େ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିଲେ। ଏନେଇ ତଥ୍ୟ ପ୍ରମାଣ ସହ, ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଛି। ଆଗକୁ କ୍ରାଇମ୍‌ବ୍ରାଞ୍ଚ୍ ଏସ୍‌ପିଙ୍କ ସୋନପୁର ଗସ୍ତକୁ ନେଇ ଜିଲ୍ଲା ପୁଲିସ୍‌ ବିଭାଗରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ, ଗଞ୍ଜେଇ ମାଫିଆ ଓ କାର୍ଯ୍ୟରତ ପୁଲିସ ଅଧିକାରୀଙ୍କୁ ନେଇ ନୂଆ ଚର୍ଚ୍ଚା ଜୋର ଧରିଛି।

ବର୍ତ୍ତମାନର ସୋନପୁର ଟାଉନଥାନାର ଅଧିକାରୀ ତଥା ତତ୍କାଳୀନ ତରଭା ଥାନା ଅଧିକାରୀ ଶ୍ରୀକାନ୍ତ ତ୍ରିପାଠୀଙ୍କ ବିରୋଧରେ ସିଧାସଳଖ ଅଭିଯୋଗ ହୋଇଛି। କେବଳ ଅଭିଯୁକ୍ତଙ୍କ ଅଭିଯୋଗ ନୁହେଁ, ଆର୍.ଟି.ଆଇ ତଥ୍ୟରୁ ବି ଖୁଲାସା ହୋଇଛି ଗଂଜେଇ ଚାଲାଣରେ ଖାକି ବାବୁଙ୍କ ସଂପୃକ୍ତି ନେଇ।

୨୦୧୪ରୁ ୨୦୧୭ ମସିହା ପର୍ଯ୍ୟନ୍ତ ତରଭା ଥାନାରେ ୪୮ଟି ଗଂଜେଇ ଚୋରାଚାଲାଣ ମାମଲା ତାଲିକାଭୁକ୍ତ ହୋଇଛି। ଆଉ ଏ ସବୁ କେସ୍‌ରୁ ୯୦ ପ୍ରତିଶତ ମାମଲାରେ ବଲାଙ୍ଗିର ଜିଲା ଖଲିଆପାଲି ଗାଁର ଉଜିର ଖାନ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ରାଜସାକ୍ଷୀ କରିଛନ୍ତି ଆଇ.ଆଇ.ସି. ଶ୍ରୀକାନ୍ତ ତ୍ରିପାଠୀ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ରାଜସାକ୍ଷୀ ସାଜିଥିବା ଉଜିର ଖାନ୍‌ ଗତ ଏପ୍ରିଲ ମାସରେ, ଛତିଶଗଡ଼ର ମହାସମୁନ୍ଦ କ୍ରାଇମବ୍ରାଞ୍ଚ ସ୍କ୍ୱାଡ଼୍‌ ଦ୍ୱାରା ଗଂଜେଇ ଚୋରାଚାଲାଣ ବେଳେ ଗିରଫ ହୋଇଥିଲା। ତେଣୁ ଆର୍.ଟି.ଆଇ. ତଥ୍ୟକୁ ଭିତ୍ତି କରି ତତ୍କାଳୀନ ତରଭା ଆଇ.ଆଇ.ସି. ତଥା ବର୍ତ୍ତମାନର ସୋନପୁର ଆଇ.ଆଇ.ସି ଶ୍ରୀକାନ୍ତ ତ୍ରିପାଠୀଙ୍କ ବିରୋଧରେ ବିଭାଗୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ ସୂଚନା ଅଧିକାର କର୍ମୀ ଶ୍ରୀକୁମାର ମହନ୍ତ।

ମହନ୍ତଙ୍କ ଅଭିଯୋଗ ଆଧାରରେ ସୋନପୁର ଓ ତରଭା ଥାନାକୁ ଯାଇ ଖୋଳତାଡ଼ କରିଛି କ୍ରାଇମ୍‌ ବ୍ରାଞ୍ଚ। ୮ ଦିନ ଭିତରେ ଶ୍ରୀକାନ୍ତ ତ୍ରିପାଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବିଭାଗୀୟ ଅଧିକାରୀ। ତେବେ ଏ ସମ୍ପର୍କରେ ସୋନପୁର ଥାନା ଅଧିକାରୀ ଶ୍ରୀକାନ୍ତ ତ୍ରିପାଠୀ ମୁହଁ ଖୋଲି ନାହାଁନ୍ତି।



from Odisha Reporter https://ift.tt/2MV6qky

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages