ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ

ଯାଜପୁର:(ଗୁଲାମ୍‌ଗସ୍‌):ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଶାସନପଡ଼ାର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ  ଉକ୍ତ ସ୍କୁଲର ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଗତ ୩ ତାରିଖରେ  ସ୍କୁଲ ଶିକ୍ଷକ ସ୍ମୁତି ରଞ୍ଜନ ଜେନା ସମ୍ପୃକ୍ତ ଛାତ୍ରୀଙ୍କୁ ଟ୍ୟୁସନ୍‌ ବାହାନାରେ ଡାକି ଦୁଷ୍କର୍ମ କରିଥିଲେ। ପରେ ଛାତ୍ରୀ ଜଣକ ଅସୁସ୍ଥ ହୋଇଥିଲେ।

ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ  ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ସବୁ କଥା କହିଥିଲେ। ଏହା ପରେ ପରିବାର ଲୋକେ କଟକ ଲାଲ୍‌ବାଗ୍‌ ଥାନାରେ ଅଭିଯୋଗ କରିଥିଲେ।  ଅଭିଯୋଗ ପାଇ ଲାଲ୍‌ବାଗ୍‌ ଥାନା ପୁଲିସ  ଏ ସମ୍ପର୍କରେ ବିଂଝାରପୁର ପୁଲିସକୁ ଖବର ଦେଇଥିଲା।

ପରେ ଅଭିଯୁକ୍ତ ସ୍ମୃତିରଞ୍ଜନଙ୍କୁ ଗିରଫ କରିଥିଲା।  ପରେ ବିଂଝାରପୁର ଥାନା ଅଧିକାରୀ  ଶିଶୁ ଭବନକୁ ଯାଇ ପୀଡ଼ିତାଙ୍କ ରେକର୍ଡ଼ ବୟାନ୍‌ କରିଥିଲେ।  ତେବେ ଅଭିଯୁକ୍ତଙ୍କୁ ଆସନ୍ତାକଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।



from OdishaReporter https://ift.tt/2vHrAJ1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages