ହଷ୍ଟେଲ୍‌ରେ ଅବ୍ୟବସ୍ଥା; ପିଲାଙ୍କୁ ରାତିଅଧରେ ମିଳିଲା ଖାଲି ଭାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ହଷ୍ଟେଲ୍‌ରେ ଅବ୍ୟବସ୍ଥା; ପିଲାଙ୍କୁ ରାତିଅଧରେ ମିଳିଲା ଖାଲି ଭାତ

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ସଦର ଚିତ୍ରକୋଣ୍ଡାର କୋଣ୍ଡାରେଡ଼ି ଆବାସିକ ବିଦ୍ୟାଳୟରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି। ରୋଷେଇ ପାଇଁ ଜାଳେଣି ନଥିବାରୁ ଗତକାଲି ୧୧୯ ଜଣ ଛାତ୍ର ରାତି ୧୨ଟାରେ ଖାଇବାକୁ ପାଇଛନ୍ତି। ତେବେ କେବଳ ଭାତ। ତା ସହିତ ଡାଲି କି ତରକାରି କିଛି ବି ନଥିଲା। ଅନେକ ଛାତ୍ର ଭାତରେ ପାଣି ମିଶାଇ ଖାଇଥିଲେ। ଆଉ କିଛି ଛାତ୍ର ଲୁଣ ସହ ଭାତ ଖାଇଥିଲେ।

ଏହି ହଷ୍ଟେଲରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପଢ଼ୁଥିବା ୧୧୯ ଜଣ ଛାତ୍ର ରହନ୍ତି। ଜାଳେଣି ନଥିବା ନେଇ ଛାତ୍ରମାନେ ହଷ୍ଟେଲ୍‌ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ କହିଥିଲେ। ତେବେ ସେ କିଛି ବ୍ୟବସ୍ଥା କରି ନଥିଲେ ବୋଲି ଅଭିଯୋଗ ହୋଇଛି।

ହଷ୍ଟେଲ୍‌ ପିଲାମାନେ ଶେଷରେ ବାଧ୍ୟ ହୋଇ ନିଜେ କାଠ ସଂଗ୍ରହ କରି ରୋଷେଇ କରିଥିଲେ। ଅନେକ ରାତି ହୋଇଯାଇଥିବାରୁ ପିଲାମାନେ ଖାଲି ଭାତ ଖାଇ ପେଟ ଭର୍ତ୍ତି କରିଥିଲେ।

ଏନେଇ ଜଣେ ଛାତ୍ର କହିଛନ୍ତି,“ଅନେକ ଥର ଏମିତି ଘଟଣା ଘଟିଛି। ହଷ୍ଟେଲ୍‌ରେ ଭଲ ଖାଦ୍ୟ ଦିଆଯାଉ ନାହିଁ। ଦେହ ଖରାପ ହେଲେ ମଧ୍ୟ ଡାକ୍ତରଖାନା ନିଆଯାଉ ନାହିଁ।”

ସେହପରି ହଷ୍ଟେଲ୍‌ ଦାୟିତ୍ୱରେ ଥିବା କର୍ମଚାରୀ କହିଛନ୍ତି,“ରୋଷେଇ ପାଇଁ କାଠ ନଥିବା ନେଇ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଫୋନ୍‌ କରି ଜଣାଇଥିଲି। ହେଲେ ସେ କିଛି ବ୍ୟବସ୍ଥା କରି ନଥିଲେ।”



from Odisha Reporter https://ift.tt/2PwkfUY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages