
ସାଧାରଣତଃ ସମସ୍ତେ ଘର ସଜାଇବାକୁ ଭଲ ପାଆନ୍ତି। ତେଣୁ ବଜାରରେ ମିଳୁଥିବା ବିଭିନ୍ନ ସୌଖୀନ ସାମଗ୍ରୀ ଆଣି ଘରକୁ ସଜାଇଥା’ନ୍ତି। ହେଲେ ବାସ୍ତୁଶାସ୍ତ୍ର ଅନୁସାରେ, ଯଦି ଠିକ୍ ଦିଗରେ ଏସବୁ ଜିନିଷକୁ ରଖା ନଯାଏ, ତା’ହେଲେ ଘର ଲୋକଙ୍କ ଜୀବନ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।
ବାସ୍ତୁଶାସ୍ତ୍ରରେ ଦକ୍ଷିଣ ଦିଗକୁ ଅଶୁଭ ବୋଲି କୁହାଯାଇଥାଏ। ଏହି ଦିଗରେ ଅନେକ ଜିନିଷ ନ ରଖିବାକୁ କୁହାଯାଏ। ନ ହେଲେ ଏହାର କୁପରିଣାମ ଘରର ସଦସ୍ୟମାନଙ୍କୁ ଭୋଗିବାକୁ ପଡ଼ିଥାଏ। ତା’ହେଲେ ଆସନ୍ତୁ ଜାଣିବା ଦକ୍ଷିଣ ଦିଗରେ କେଉଁ ସବୁ ଜିନିଷ ରଖିବାକୁ ବାରଣ କରାଯାଇଛି। ସେହିପରି ଏହି ଦିଗରେ କେଉଁ ଜିନିଷ ରଖିପାରିବେ ସେ ବିଷୟରେ ବି ଜାଣିବା।
୧- ଘରର ଦକ୍ଷିଣ ଦିଗରେ କେବେ ହେଲେ ଘଣ୍ଟା ଲଗାନ୍ତୁ ନାହିଁ। କାରଣ ଏହା କାଳର ଦିଗ ବୋଲି କୁହାଯାଇଥାଏ। ଯେଉଁ ଘରେ ଦକ୍ଷିଣ ଦିଗରେ ଘଣ୍ଟା ଲଗାଯାଇଥାଏ, ସେହି ଘରର ମୁଖିଆ ରୋଗରେ ପଡ଼ିଥାନ୍ତି।
୨- ବାସ୍ତୁଶାସ୍ତ୍ର ଅନୁସାରେ, ଦକ୍ଷିଣ ଦିଗ ଅଗ୍ନି ତତ୍ତ୍ୱର ପ୍ରତିନିଧିତ୍ୱ କରେ। ତେଣୁ ଏହି ଦିଗରେ ଫ୍ରିଜ୍ ରଖନ୍ତୁ ନାହିଁ। ଦକ୍ଷିଣ-ପଶ୍ଚିମ ଦିଗରେ ଫ୍ରିଜ୍ ରଖିପାରିବେ।
୩- ଘରର ଆଲମାରୀକୁ କେବେ ହେଲେ ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ। ବିଶ୍ୱାସ ରହିଛି ଯେ, ଘରର ଦକ୍ଷିଣ ଦିଗରେ ଆଲମାରୀ ଥିଲେ ଯେତେ ଧନ ଉପାର୍ଜନ କଲେ ବି ପାଖରେ ଟଙ୍କା ରହି ନଥାଏ ।
୪- ବାସ୍ତୁଶାସ୍ତ୍ର ଅନୁସାରେ, ଆପଣ ଦକ୍ଷିଣ ଦିଗରେ ଆକ୍ୱାରିୟମ୍ ରଖି ପାରିବେ। ଏହାଦ୍ୱାରା ଘରେ କେବେ ହେଲେ ଆର୍ଥିକ ସମସ୍ୟା ଦେଖା ଦେଇ ନଥାଏ।
from OdishaReporter https://ift.tt/2vS3r1x




No comments:
Post a Comment