ଧରମ ଭାଇର ଅଧର୍ମ କାମ: ରାଗ ଶୁଝାଇବାକୁ ଯାଇ ଦୁଇଜଣଙ୍କୁ ପିଟି ପିଟି ମାରିଦେଲା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ଧରମ ଭାଇର ଅଧର୍ମ କାମ: ରାଗ ଶୁଝାଇବାକୁ ଯାଇ ଦୁଇଜଣଙ୍କୁ ପିଟି ପିଟି ମାରିଦେଲା !

ଚାନ୍ଦବାଲି (ବାସୁଦେବ ଦାସ): ଧରମ ଭାଇର ଅଧର୍ମ କାମ। ପୁରୁଣା ରାଗ ଶୁଝାଇବାକୁ ଯାଇ ଧରମ ଭଉଣୀର ମାଆ ଓ ବାପାଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି। ଆଜି ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ଘଟିଛି।

ପୂରା ଘଟଣା ଏମିତି। ମାଳବାଡ଼ ଗାଁରେ ସୁଧାକର ବିଶ୍ୱାଳଙ୍କ ପରିବାର କହିଲେ ସ୍ତ୍ରୀ ସର, ଗୋଟିଏ ଓ ୪ ଝିଅ। କାମ ଦାମ କରି ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ପୂରା ପରିବାର।ସୁଧାକରଙ୍କ ତୃତୀୟ ଝିଅ ବାହା ହେବା ପରେ ତ୍ରିଲୋଚନ ସେନାପତି ନାମକ ଜଣେ ଯୁବକଙ୍କୁ ଧରମ ଭାଇ କରିଥିଲେ। ଝିଅର ଭାଇ ହିସାବରେ ତ୍ରିଲୋଚନ ସବୁବେଳେ     ସୁଧାକରଙ୍କ ଘରକୁ ଯା’ଆସ କରୁଥିଲା।

ସୁଧାକରଙ୍କ ପୁତୁରା ସୁରେଶ ବିଶ୍ୱାଳଙ୍କ କହିବା ଅନୁସାରେ, ବର୍ଷେ ତଳେ ତ୍ରିଲୋଚନ ତାଙ୍କ ଝିଆରୀଠାରୁ ଏକ ସୁନାହାର ନେଇ ଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଫେରାଉ ନଥିଲା। ଏ ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ମତୋ ଫାଣ୍ଡିରେ ଅଭିଯୋଗ କରିଥିଲେ।

ଶେଷରେ ଗାଁରେ ବସିଥିବା ସଭାରେ ମାମଲାର ସମାଧାନ ହୋଇଥିଲା। ଜୀବନରେ ଏମିତି କେବେ କରିବ ନାହିଁ ବୋଲି ତ୍ରିଲୋଚନ ଲିଖିତ ପ୍ରତିଶ୍ରୁତି ଦେଇଥିଲା।

ଏହି ଘଟଣା ପରେ ତ୍ରିଲୋଚନ ରାଗରେ ଜର୍ଜରିତ ହେଉଥିଲା। ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲା। ଆଜି ସନ୍ଧ୍ୟା ବେଳେ ତ୍ରିଲୋଚନ ଘରକୁ ଆସି ସୁଧାକର ଓ ତାଙ୍କ ସ୍ତ୍ରୀ ସରଙ୍କ ସହିତ ଯୁକ୍ତିତର୍କ କରିଥିଲା। ପରେ ଏକ କାଠ ଫାଳିଆରେ ଉଭୟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା।

ବାପା-ମାଆ ମାଡ଼ ଖାଉଥିବା ଦେଖି ସାନ ଝିଅ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ତ୍ରିଲୋଚନଙ୍କ ମାଡ଼ରୁ ସେ ମଧ୍ୟ ବର୍ତ୍ତି ନଥିଲେ। ତ୍ରିଲୋଚନ ତାଙ୍କୁ ମଧ୍ୟ ପ୍ରବଳ ମାଡ଼ ମାରିଥିଲେ। ଘଟଣା ସ୍ଥଳରେ ସରଙ୍କର ମୃତ୍ୟୁ ଘଟିଥିଲା।

ପରିବାର ଓ ସାହିପଡ଼ିଶା ସୁଧାକର ଓ ତାଙ୍କ ଝିଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସୁଧାକରଙ୍କୁ ମୃତ ଘୋଷଣା କରିଥିଲେ। ଝିଅର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଚାନ୍ଦବାଲି ପୁଲିସ ଗାଁରେ ପହଞ୍ଚି ଅଭିଯୁକ୍ତ ତ୍ରିଲୋଚନ ଓ ତାଙ୍କ ମାଆଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2wqvN4m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages