ଖାଇବା ପରେ ଏହି ୫ଟି କାମ କରନ୍ତୁ ନାହିଁ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ଖାଇବା ପରେ ଏହି ୫ଟି କାମ କରନ୍ତୁ ନାହିଁ 

food

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁସ୍ଥ ରହିବା ପାଇଁ ସନ୍ତୁଳିତ ଆହାର ସହିତ ଶାରୀରିକ ବ୍ୟାୟାମ ମଧ୍ୟ ଜରୁରୀ। ତା’ସହିତ ନିଶା ଜାତୀୟ ଦ୍ରବ୍ୟ, ଯେପରିକି ମଦ ଓ ସିଗାରେଟ୍ ଆଦିରୁ ଦୂରେଇ ରହିବା ମଧ୍ୟ ଆବଶ୍ୟକ।

ସ୍ୱାସ୍ଥ୍ୟକର ଖାଦ୍ୟରୁ ଉନ୍ନତମାନର ପ୍ରୋଟିନ୍‌, କାର୍‌ବୋହାଇଡ୍ରେଟ୍, ଭିଟାମିନ୍‌ ଓ ମିନେରାଲ୍‌ ଆଦି ମିଳିଥାଏ। ଡାକ୍ତରଙ୍କର କହିବା ଅନୁଯାୟୀ, ଏହିପରି ଖାଦ୍ୟ ଖାଇଲେ ଆପଣଙ୍କ ଶରୀରକୁ ପ୍ରତିଦିନ କାର୍ଯ୍ୟ କରିବା ପାଇଁ ଶକ୍ତି ମିଳେ ଓ ତା’ ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ।

ତେବେ କେବଳ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇ ଦେଲେ ଚଳିବ ନାହିଁ। ଖାଦ୍ୟ ଖାଇ ସାରିବା ପରେ କ’ଣ ସବୁ କରିବା ଆଦୌ ଉଚିତ୍ ନୁହେଁ,ସେ ବିଷୟରେ ବି ଜାଣିବା ଜରୁରୀ।

ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ। ତା’ହେଲେ ଖାଇବା ପରେ ପରେ କ’ଣ କରିବା ଉଚିତ୍ ନୁହେଁ।

smoking୧.ଧୂମପାନ: ବୈଜ୍ଞାନିକଙ୍କ ମତରେ ଖାଇବା ପରେ ସିଗାରେଟ୍‌ ଟାଣିବା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଏହା ପୂରା ଶରୀରକୁ କ୍ଷତି ପହଞ୍ଚାଏ।

ଏକାଥରକେ ୧୦ଟି ସିଗାରେଟ୍ ପିଇଲେ ଯେତିକି କ୍ଷତି ହୁଏ, ଏକ ମିଲ୍ ଖାଇ ସାରିବା ପରେ ଗୋଟିଏ ସିଗାରେଟ୍ ଟାଣିଲେ ସେତିକି କ୍ଷତି ହୋଇଥାଏ। ଖାଇବା ପରେ ସିଗାରେଟ୍ ଟାଣିଲେ ପାକସ୍ଥଳୀ ଓ ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ ହେବାର ଆଶଙ୍କା ବଢ଼ିଯାଏ।

coffee୨.ଚାହା ଏବଂ କଫି: ଯଦି ଆପଣ ଖାଇବା ପରେ ବିଶେଷ କରି ରାତ୍ରିଭୋଜନ ପରେ ଚାହା ପିଉଛନ୍ତି, ତେବେ ଏଥିରୁ ବିରତ ରୁହନ୍ତୁ। ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ।

ଚାହା ଏବଂ କଫିରେ ଟେନିନ୍‌ ନାମକ ଏକ କେମିକାଲ୍‌ ରହିଛି, ଯାହା ଶରୀରକୁ ଲୌହ ଅଂଶକୁ ଅବଶୋଷଣ କରିବାକୁ ଦେଇ ନଥାଏ ବା ଏଥିରେ ବାଧା ଦେଇଥାଏ।

eatingfruit୩.ଫଳ: ଫଳ ଶରୀର ପାଇଁ ଭଲ ବୋଲି କୁହାଯାଇଥାଏ, ମାତ୍ର ମଧ୍ୟାହ୍ନ ଅବା ରାତ୍ରି ଭୋଜନ ପରେ ଏହାକୁ ଖାଇଲେ ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ଗରିଷ୍ଠ ଖାଦ୍ୟ ଖାଇବା ପରେ ଯଦି ଆପଣ ଫଳ ଖାଉଛନ୍ତି, ତେବେ ଏହା ଅନ୍ୟ ଖାଦ୍ୟ ପଦାର୍ଥ ସହିତ ମିଶି ପେଟରେ ରହିଥାଏ। ପାକସ୍ଥଳୀରେ ଏହା ଅଧିକ ସମୟ ରହିବା ସହିତ ଅମ୍ଳ ଅଂଶ ସୃଷ୍ଟି କରି ପଚିବା ଆରମ୍ଭ କରିଥାଏ।

ଶରୀରରେ ଅମ୍ଳ ଅଂଶ ରହିଲେ, ଖାଦ୍ୟ ଠିକ୍ ଭାବେ ହଜମ ହୁଏ ନାହିଁ ଓ ଗ୍ୟାସ୍‌ ଏବଂ ଛାତି ଜଳାପୋଡ଼ା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।

୪.ଶୋଇବା: ଅନେକ ସମୟରେ ଆପଣ ଶୁଣିଥିବେ ଖାଇବା ପରେ ସଙ୍ଗେ ସଙ୍ଗେ ଶୋଇବା ଭଲ ନୁହେଁ। ଏହା ଠିକ୍ କଥା। ମାସାଚୁସେଟସ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍ ଟେକ୍ନୋଲୋଜିର ଗବେଷକଙ୍କ ମତରେ ଖାଇବା ସାରିବା ମାତ୍ରେ  ଶୋଇଲେ ଶରୀରରେ ହଜମ ପ୍ରକ୍ରିୟା ପ୍ରଭାବିତ ହେବା ସହିତ ଓଜନ ବଢ଼ିବା ଏବଂ ହୃଦ୍‌ଘାତ ପରି ସମସ୍ୟା ସୃଷ୍ଟି ହୋଇଥାଏ।

bathing୫.ଗାଧୋଇବା: ଖାଇବା ପରେ ଗାଧୋଇବାକୁ ମନା କରାଯାଏ। କାରଣ ଏହା ଦ୍ୱାରା ଅଧିକ ପରିମାଣରେ ରକ୍ତ ଚର୍ମକୁ ପ୍ରବାହିତ ହୁଏ ଏବଂ ପେଟକୁ ଯାଏ ନାହିଁ। ଏହା ଦ୍ୱାରା ଖାଦ୍ୟ ହଜମ ହେବାରେ ବାଧା ସୃଷ୍ଟି ହୋଇଥାଏ।



from Odisha Reporter https://ift.tt/2nYFodO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages