ଗର୍ଭାବସ୍ଥାରେ ତୁଳସୀ ପତ୍ର ଖାଇଲେ ମିଳେ ଏଇ ସବୁ ଲାଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ଗର୍ଭାବସ୍ଥାରେ ତୁଳସୀ ପତ୍ର ଖାଇଲେ ମିଳେ ଏଇ ସବୁ ଲାଭ

tulasi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ତୁଳସୀ ପତ୍ରକୁ ମହୌଷଧୀ ବୋଲି କୁହାଯାଏ। ଅନେକ ରୋଗର ଚିକିତ୍ସା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। କୁହାଯାଏ, ଗର୍ଭବତୀଙ୍କ ପାଇଁ ତୁଳସୀ ବରଦାନ ସଦୃଶ ହୋଇଥାଏ।

ଗୁରୁତ୍ୱପୂର୍ଣ୍ଣ  କଥା ହେଉଛି, ତୁଳସୀ ପତ୍ର ଖାଇବା ସମୂର୍ଣ୍ଣ ସୁରକ୍ଷିତ ହୋଇଥାଏ। ଗର୍ଭାବସ୍ଥାରେ ଏହାକୁ ନିୟମିତ ଖାଇଲେ ସଂକ୍ରମଣର ଭୟ ନଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ। ତେବେ ଆସନ୍ତୁ ଜାଣିବା, ଗର୍ଭାବସ୍ଥାରେ ତୁଳସୀ ପତ୍ର ଖାଇଲେ କେଉଁ ସବୁ ଲାଭ ମିଳିଥାଏ।

୧. ଅନେକ ରିପୋର୍ଟ ଅନୁସାରେ, ତୁଳସୀରେ ହିଲିଙ୍ଗ୍‌ କ୍ୱାଲିଟି ରହିଛି। ଏହାର ପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌, ଆଣ୍ଟି-ଭାଇରାଲ୍‌ ଏବଂ ଆଣ୍ଟି-ଫଙ୍ଗଲ୍‌ ଗୁଣ ରହିଛି। ଫଳରେ ଗର୍ଭାବସ୍ଥାରେ ସଂକ୍ରମଣ ଜନିତ ଡର ରହେ ନାହିଁ।
୨. ତୁଳସୀ ପତ୍ରରେ ମ୍ୟାଗ୍ନେସିୟମ୍‌ ରହିଛି। ଏହା ଗର୍ଭରେ ଥିବା ଶିଶୁର ହାଡ଼ର ବୃଦ୍ଧିରେ ସହାୟକ ହୋଇଥାଏ। ଏହା ସହିତ ମ୍ୟାଗ୍ନେସିୟମ୍‌ ଟେନ୍‌ସନ୍‌ ମଧ୍ୟ କମ୍‌ କରିଥାଏ।
୩. ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଗୁଣ ଶିଶୁକୁ ସଂକ୍ରମଣ ବିପଦରୁ ରକ୍ଷା କରିଥାଏ।

୪.ତୁଳସୀ ପତ୍ରରେ ଭିଟାମିନ୍‌ ‘ଏ’ ରହିଛି। ଏହା ଗର୍ଭରେ ଥିବା ଶିଶୁର ବିକାଶରେ ସହାୟକ ହୋଇଥାଏ।
୫. ପ୍ରତିଦିନ ତୁଳସୀ ପତ୍ର ଖାଇଲେ ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ। ୬. ଗର୍ଭାବସ୍ଥାରେ ଅଧିକାଂଶ ମହିଳା ଏନିମିଆ ରୋଗର ଶିକାର ହୋଇଥାଆନ୍ତି। ଏହି ସମୟରେ ସେମାନେ ପ୍ରତିଦିନ ଦୁଇଟି ତୁଳସୀ ପତ୍ର ଖାଇବା ଉଚିତ୍‌।

 

 



from OdishaReporter https://ift.tt/2nsNefM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages