ବନ୍ଦ ହୋଇପାରେ ଲୋକପ୍ରିୟ ଧାରାବାହିକ ‘ୟେ ହୈ ମୋହବତେଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ବନ୍ଦ ହୋଇପାରେ ଲୋକପ୍ରିୟ ଧାରାବାହିକ ‘ୟେ ହୈ ମୋହବତେଁ’

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ଏକତା କପୁର୍ ପ୍ରଯୋଜିତ ଲୋକପ୍ରିୟ ଟେଲିଭିଜନ୍‌ ଧାରାବାହିକ ‘ୟେ ହୈ ମୋହବତେଁ’ର ପ୍ରସାରଣ ବନ୍ଦ ହୋଇ ଯାଇପାରେ। ସିରିଏଲ୍‌ର ଟିଆର୍‌ପି ବହୁମାତ୍ରାରେ ଖସି ଯାଇଥିବାରୁ ପ୍ରଯୋଜନା ସଂସ୍ଥା ଏହାର ପ୍ରସାରଣ ବନ୍ଦ କରିଦେବାର ନିଷ୍ପତ୍ତି ନେବ ବୋଲି କୁହାଯାଉଛି।

ଲଗାତର୍‌ ୫ ବର୍ଷ ଧରି ଟେଲିଭିଜନ୍‌ ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିବା ଧାରାବାହିକ ‘ୟେ ହୈ ମୋହବତେଁ’ ଏମିତି ଲୋକପ୍ରିୟ ହୋଇଥିଲା ଯେ ଟିଆର୍‌ପିରେ ଏହା ନୂଆ ନୂଆ ରେକର୍ଡ କରୁଥିଲା ଏବଂ ଦୀର୍ଘ ସମୟ ଯାଏ ୧ ନମ୍ବର ସ୍ଥାନରେ ରହିଥିଲା। ତେବେ ଗତ କିଛି ମାସ ହେଲା ଏହାର ଟିଆର୍‌ପି ଅନେକ କମିଯାଇଛି। ଏପରିକି, କିଛି ସପ୍ତାହ ଧରି ଏହା ଶ୍ରେଷ୍ଠ ୧୦ ସିରିଏଲ୍‌ ତାଲିକାରେ ବି ସ୍ଥାନ ପାଇ ପାରିନାହିଁ। ତେଣୁ ଖବର ମିଳୁଛି, ଖୁବଶୀଘ୍ର ଏହି ସିରିଏଲ୍ ‘ଅଫ୍‌ଏୟାର୍‌’ ହୋଇ ଯାଇପାରେ।

ସୂଚନା ଅନୁଯାୟୀ, ଆସନ୍ତା ଅକ୍ଟୋବରରେ ‘ୟେ ହୈ ମୋହବତେଁ’ର ପ୍ରସାରଣ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇପାରେ। ଏହା ପୂର୍ବରୁ ସିରିଏଲ୍‌ର ଶେଷ ଏପିସୋଡ୍‌କୁ ବିଦେଶରେ ସୁଟିଂ କରାଯିବ ବୋଲି ଶୁଣିବାକୁ ମିଳୁଛି। ଏହା ପୂର୍ବରୁ ବି ଏହି ସିରିଏଲ୍‌ର ସଂପୂର୍ଣ୍ଣ ଟିମ୍‌ ଅନେକ ଥର ବିଦେଶକୁ ସୁଟିଂ ପାଇଁ ଯାଇ ସାରିଛନ୍ତି।

ତେବେ ‘ୟେ ହୈ ମୋହବତେଁ’ ସିରିଏଲ୍‌ର ପ୍ରସାରଣ ବନ୍ଦ କରିବା ସମ୍ପର୍କରେ ନିଜେ ପ୍ରଯୋଜକ ଏକତା କପୁର୍‌ କିମ୍ବା ତାଙ୍କ ପ୍ରଯୋଜନା ସଂସ୍ଥାର ଅନ୍ୟ କେହି ଏଯାଏ କିଛି ବି କହିନାହାନ୍ତି।



from Odisha Reporter https://ift.tt/2PfpJm2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages