
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟା ପ୍ରାୟ ୬ଟା ୩୬ ମିନିଟ୍ ସମୟରେ ଉତ୍ତର ଓଡ଼ିଶାରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। କିଛି ସେକେଣ୍ଡ ପାଇଁ ମୃଦୁ ଭୂକମ୍ପରେ ଥରି ଉଠିଥିଲା ଉତ୍ତର ଓଡ଼ିଶାର ୩ଟି ଜିଲ୍ଲା।
ମୟୂରଭଞ୍ଜର ବାରିପଦା, ବେତନଟୀ, ବଡ଼ସାହି ଏବଂ ବାଲେଶ୍ୱର ଓ କେନ୍ଦୁଝରର ଆନନ୍ଦପୁରରେ ଏହି ଭୂକମ୍ପ ଅନୁଭବ କରାଯାଇଛି। ଝଟ୍କା ଅନୁଭବ କରି ଲୋକେ ଘରୁ ବାହାରି ଆସିଥିଲେ। ଘରର ଆସବାବପତ୍ର ଥରିବା ଦେଖି ଲୋକେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ ବୋଲି ଚର୍ଚ୍ଚା ହେଉଛି।
ତେବେ ଭୂକମ୍ପର ତୀବ୍ରତା କେତେ ଥିଲା, ତାହା ଏ ପର୍ଯ୍ୟନ୍ତ ଆକଳନ କରାଯାଇପାରି ନାହିଁ। ଆଉ କେଉଁଠି ଲୋକମାନେ ଝଟ୍କା ଅନୁଭବ କରିଛନ୍ତି କି ନାହିଁ ସେ ସଂପର୍କିତ ଖବରକୁ ଅପେକ୍ଷା କରାଯାଇଛି।
from Odisha Reporter https://ift.tt/2MVk0Vc
No comments:
Post a Comment