
ପାଲଲହଡ଼ା (ଓଡ଼ିଶା ରିପୋର୍ଟର): ପାଲଲହଡ଼ାର ବିଜେଡି ବିଧାୟକ ମହେଶ ସାହୁ, ବିଜେପି କର୍ମୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଦଳ ପକ୍ଷରୁ ଏହି ଅଭିଯୋଗ କରାଯାଇଛି।
ଗତ ମଙ୍ଗଳବାର ଦିନ ପାଲଲହଡ଼ାରେ ବିଜୁ ଯୁବ ବାହିନୀର ପ୍ରଶିକ୍ଷଣ ଶିବିରକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତ ବେଳେ ତାଙ୍କୁ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା। ମନ୍ତ୍ରୀଙ୍କ ଗାଡ଼ି ଆଗକୁ ଆସି ବିଜେପି କର୍ମୀମାନେ କଳାପତାକା ପ୍ରଦର୍ଶନ କରିଥିଲେ। ଏହି ସମୟରେ ମନ୍ତ୍ରୀଙ୍କ ଗାଡ଼ି ପଛରେ ବସିଥିବା ବିଧାୟକ ମହେଶ ସାହୁ ଅଙ୍ଗୁଳି ଦେଖାଇ ଧମକ ଦେଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।
ଆନ୍ଦୋଳନକାରୀଙ୍କ ବିରୋଧରେ ଏପ୍ରକାର ମନୋଭାବକୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି।
from OdishaReporter https://ift.tt/2BgDfUw
No comments:
Post a Comment