ଡ୍ୟୁଟି ସମୟରେ ପାଣି ପିଇବାକୁ ଯିବାରୁ ସିପାହୀଙ୍କୁ ନିସ୍ତୁକ ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ଡ୍ୟୁଟି ସମୟରେ ପାଣି ପିଇବାକୁ ଯିବାରୁ ସିପାହୀଙ୍କୁ ନିସ୍ତୁକ ମାଡ଼

police

ବାରିପଦା (ମାଲିକ ଲାଲ୍ ପାଣି): ମୟୂରଭଞ୍ଜରେ ଥିବା ପଞ୍ଚମ ବାଟାଲିଅନ୍ ପରିସରରେ ଜଣେ ସିପାହୀଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ତାଙ୍କ ନାଁ କାଳିଚରଣ କିସ୍କୁ। ତାଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗତକାଲି କାଳିଚରଣ କ୍ୱାର୍ଟର୍ସ ଗାର୍ଡ ଡ୍ୟୁଟିରେ ଥିଲେ। ହେଲେ ସେ ପାଣି ପିଇବାକୁ ପାଖରେ ଥିବା ଏକ ଚା’ ଦୋକାନକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ତାଙ୍କର ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ଦେଖି ଥିଲେ ଓ ଡ୍ୟୁଟି ସମୟରେ କାହିଁକି ବାହାରକୁ ଆସିଛ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ତାଙ୍କର ଅନ୍ୟ ଉପରିସ୍ଥ ଅଫିସରଙ୍କୁ ଡାକିଥିଲେ ଓ ସେଠାରେ କାଳିଚରଣଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ କାଳିଚରଣଙ୍କୁ  ତାଙ୍କ ସମ୍ପର୍କୀୟମାନେ ଡାକ୍ତରଖାନରେ ଭର୍ତ୍ତି କରିଥିଲେ।

ଏହି ଘଟଣା ନେଇ କାଳିଚରଣଙ୍କ ପରିବାର ଲୋକେ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।



from OdishaReporter https://ift.tt/2LWBOzD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages