୮୬ ବର୍ଷ ତଳର ରେକର୍ଡ ଭାଙ୍ଗିଲା ଭାରତୀୟ ହକି ଟିମ୍‌, ଜାଣନ୍ତୁ କ’ଣ ହେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

୮୬ ବର୍ଷ ତଳର ରେକର୍ଡ ଭାଙ୍ଗିଲା ଭାରତୀୟ ହକି ଟିମ୍‌, ଜାଣନ୍ତୁ କ’ଣ ହେଲା

ଜାକର୍ତ୍ତା: ଦୀର୍ଘ ୮୬ ବର୍ଷ ତଳର ପୁରୁଣା ରେକର୍ଡ ଭାଙ୍ଗିଛି ଟିମ୍‌ ଇଣ୍ଡିଆର ପୁରୁଷ ହକି ଟିମ୍‌। ବୁଧବାର ଚଳିତ ଏସିଆନ୍‌ ଗେମ୍ସର ଗ୍ରୁପ୍‌ ‘ଏ’ର ଏକ ମ୍ୟାଚ୍‌ରେ ଭାରତ ପ୍ରତିପକ୍ଷ ହଂକଂକୁ ୨୬-୦ ଗୋଲ ବ୍ୟବଧାନରେ ପରାସ୍ତ କରି ନିଜର ପୁରୁଣା ରେକର୍ଡକୁ ଭାଙ୍ଗିଛି।

କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏଭଳି ବୃହତ ବ୍ୟବଧାନରେ ବିଜୟ ଲାଭ କରିବା ଏହା ତୃତୀୟ ଘଟଣା। ପୂର୍ବରୁ ୧୯୩୨ ଅଲମ୍ପିକ୍‌ରେ ଭାରତୀୟ ହକି ଟିମ୍‌ ଆମେରିକାକୁ ୨୪-୧ ଗୋଲ ବ୍ୟବଧାନରେ ପରାସ୍ତ କରି ରେକର୍ଡ କରିଥିଲା। ତେବେ ଆଜି ଭାରତ ନିଜେ ୮୬ ବର୍ଷ ତଳେ କରିଥିବା ରେକର୍ଡକୁ ଭାଙ୍ଗିଛି।

କିନ୍ତୁ ଏବେ ବି ବୃହତ ବ୍ୟବଧାନରେ ବିଜୟୀ ହେବାର ରେକର୍ଡ ଏବେ ନ୍ୟୁଜିଲ୍ୟାଣ୍ଡ ନାଁରେ ରହିଛି। ୧୯୯୪ରେ ନ୍ୟୁଜିଲ୍ୟାଣ୍ଡ ହକି ଟିମ୍‌ ସାମୋଆକୁ ୩୬-୧ ଗୋଲ୍‌ରେ ପରାସ୍ତ କରିଥିଲା।

ଭାରତ ଏହା ପୂର୍ବରୁ ଚଳିତ ଏସିଆନ୍‌ ଗେମ୍ସରେ ଇଣ୍ଡୋନେସିଆକୁ ୧୭-୦ ଗୋଲ୍‌ରେ ପରାସ୍ତ କରିଥିଲା।

ଆଜିର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ରୁପିନ୍ଦର ପାଲ ସିଂହ ସର୍ବାଧିକ ୫ଟି ଗୋଲ ଦେଇଛନ୍ତି। ହରମନ୍‌ପ୍ରୀତ୍‌ ସିଂହ ଓ ଆକାଶଦୀପ ସିଂହ ଯଥାକ୍ରମେ ୪ଟି ଓ ୩ଟି ଗୋଲ ଦେଇଥିବା ବେଳେ ଲଳିତ ଉପାଧ୍ୟାୟ, ବରୁଣ କୁମାର ଓ ମନପ୍ରୀତ୍‌ ସିଂହ ମଧ୍ୟ ଦୁଇଟି ଲେଖାଏ ଗୋଲ ଦେଇଛନ୍ତି।

 ବାକି ଗୋଲ ସୁନୀଲ କୁମାର, ସୁରେନ୍ଦର କୁମାର, ବିବେକ ସାଗର ପ୍ରସାଦ, ଓଡ଼ିଆ ତାରକା ଅମିତ ରୋହିତ ଦାସ, ଚିଙ୍ଗଲେସାନ ଗାଙ୍ଗୁଜାମ, ମନଦୀପ ସିଂହ,ସୀମରନ୍‌ଜିତ୍‌ ସିଂହ  ଓ ଦିଲପ୍ରୀତ୍‌ ସିଂହ ଦେଇଛନ୍ତି।

 



from Odisha Reporter https://ift.tt/2BypSzd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages