‘ଡେଡ୍‌ପୁଲ୍‌- ୨’ରେ ଅତିଥି କଳାକାର ଥିଲେ ବ୍ରାଡ୍‌ ପିଟ୍‌, ଜାଣନ୍ତୁ କେଇ ସେକେଣ୍ଡ୍‌ର ଭୂମିକା ପାଇଁ ନେଇଥିଲେ ଏତିକି ଟଙ୍କା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

‘ଡେଡ୍‌ପୁଲ୍‌- ୨’ରେ ଅତିଥି କଳାକାର ଥିଲେ ବ୍ରାଡ୍‌ ପିଟ୍‌, ଜାଣନ୍ତୁ କେଇ ସେକେଣ୍ଡ୍‌ର ଭୂମିକା ପାଇଁ ନେଇଥିଲେ ଏତିକି ଟଙ୍କା!

brad

ନ୍ୟୁୟର୍କ:  ମେ୧୮, ୨୦୧୮ରେ ରିଲିଜ୍‌ ହୋଇଥିଲା ହଲିଉଡ୍‌ ଫିଲ୍ମ ‘ଡେଡ୍‌ପୁଲ୍‌-୨’। ସୁପର୍‌ଷ୍ଟାର୍‌ ବ୍ରାଡ୍‌ ପିଟ୍‌ ଫିଲ୍ମ୍‌ରେ ଅତିଥି କଳାକାର ଭାବେ ଅଭିନୟ କରିଥିଲେ। ମାତ୍ର କେଇ ସେକେଣ୍ଡ୍‌ ପାଇଁ ବ୍ରାଡ୍‌ଙ୍କୁ ଫିଲ୍ମ୍‌ରେ ଦେଖିବାକୁ ମିଳିଥିଲା। କିନ୍ତୁ ଜାଣିଲେ, ଆପଣ ଆଶ୍ଚର୍ଯ୍ୟ ହେବେ ଯେ ‘ଡେଡ୍‌ପୁଲ୍‌-୨’ର ସେହି ମାତ୍ର କେଇ ସେକେଣ୍ଡ୍‌ ରୋଲ୍‌ ପାଇଁ କ’ଣ ଥିଲା, ବ୍ରାଡ୍‌ଙ୍କ ଡିମାଣ୍ଡ୍‌।

ଆପଣ ଭାବୁଥିବେ, ଚରିତ୍ରଟି ଯେତେ ଛୋଟ ହେଲେ ବି ହଲିଉଡ୍‌ର ଏହି ସୁପର୍‌ଷ୍ଟାର୍‌ ଏଥିପାଇଁ ନିଶ୍ଚୟ ମୋଟା ରକମର ଫିସ୍ ନେଇଥିବେ। କିନ୍ତୁ, ସେମିତି କିଛି ନୁହେଁ।

Deadpool-2ଫିଲ୍ମ୍‌ର ଲେଖକ ତଥା ପ୍ରଯୋଜକ, ରିଆନ୍‌ ରିନଲ୍ଡ୍‌ସଙ୍କ କହିବା ଅନୁସାରେ,ଏହି ନାମୀ କଳାକାର ସେହି ରୋଲ୍‌ଟି ପାଇଁ ଆଦୌ ଫିସ୍‌ ନେଇ ନଥିଲେ। ରିୟାନ କହିଛନ୍ତି ଯେ ଏଥିପାଇଁ ବ୍ରାଡ୍‌ ତାଙ୍କଠାରୁ ଗୋଟିଏ କପ୍ କଫି ମାତ୍ର ପିଇଥିଲେ।

ଫିଲ୍ମ୍‌ରେ ଏହି ଚରିତ୍ରର ଅଫର୍ ନେଇ ବ୍ରାଡ୍‌ଙ୍କ ପାଖକୁ ଯାଇଥିଲେ ସହକାରୀ ଲେଖକ ରେଟ୍‌ ରିଜ୍‌। ରିଜ୍‌ଙ୍କୁ ବ୍ରାଡ୍ ପିଟ୍ କହିଥିଲେ ସେ ଏହି ଚରିତ୍ରରେ ଅଭିନୟ କରିବାକୁ ରାଜି । ତେବେ ଏଥିପାଇଁ ଫିଲ୍ମ୍‌ର ଲେଖକ ତଥା ପ୍ରଯୋଜକଙ୍କୁ ନିଜ ହାତରେ ତାଙ୍କୁ ଏକ କପ୍‌ କଫି ଦେବାକୁ ପଡ଼ିବ।

ଲେଖକ ତଥା ପ୍ରଯୋଜକ, ରିଆନ୍‌ କହିଛନ୍ତି, ‘‘ ବ୍ରାଡ୍‌ଙ୍କୁ କୌଣସି ଫିସ୍‌ ଦରକାର ନଥିଲା। ଏହା ଆମ ପାଇଁ ମଧ୍ୟ ଖୁବ୍‌ ଭଲ ଥିଲା। ତାଙ୍କର ଗୋଟିଏ କଥା ମୋତେ ଖୁବ୍‌ ଭଲ ଲାଗିଥିଲା ଯେ,ସେ ଜଣେ ଏତେ ବଡ଼ ଫିଲ୍ମ୍‌ଷ୍ଟାର୍‌ ହୋଇବି,ଏତେ ଛୋଟ ଚରିତ୍ର ପାଇଁ ସେ ନିଜର ବହୁମୂଲ୍ୟ ସମୟ ଦେଇଥିଲେ।

‘ଡେଡ୍‌ପୁଲ୍‌-୨’ରେ ବ୍ରାଡ୍‌ଙ୍କର ଚରିତ୍ରଟି ଖୁବ୍‌ ଛୋଟ ଥିଲା। ପୂରା ଫିଲ୍ମରେ ସେ ଅଭିନୟ କରିଥିବା ଚରିତ୍ର ‘ଭ୍ୟାନିସର୍’କୁ ଦେଖିବାକୁ ମିଳି ନଥିଲା । କିନ୍ତୁ ଫିଲ୍ମ୍‌ର ଶେଷ ଭାଗକୁ ଜଣାପଡ଼ିଥିଲା ଯେ ପରଦାକୁ ମାତ୍ର କେଇ ସେକେଣ୍ଡ୍‌ ପାଇଁ ଆସିଥିବା ଏହି ‘ଭ୍ୟାନିଶର୍‌’ହିଁ ପିଟ୍‌ ଥିଲେ।

 

 



from Odisha Reporter https://ift.tt/2Pgfuip

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages