୧୦୭ ରନ୍‌ରେ ଅଲ୍‌ଆଉଟ୍ ହୋଇଗଲେ ‘ବିରାଟ’ ବାହିନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

୧୦୭ ରନ୍‌ରେ ଅଲ୍‌ଆଉଟ୍ ହୋଇଗଲେ ‘ବିରାଟ’ ବାହିନୀ

cricket

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଭାରତ କଷ୍ଟେମଷ୍ଟେ ୧୦୭ ରନ୍ କରିଛି। ୧୦୭ ରନ୍ କରି ଟିମ୍ ଅଲ୍‌ଆଉଟ୍ ହୋଇଯାଇଛି। ଦଳ ପକ୍ଷରୁ ସର୍ବାଧିକ ରନ୍ କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ସେ ୨୯ ରନ୍ କରିଛନ୍ତି।

ବର୍ଷା ଯୋଗୁ ଗୁରୁବାର ଆଦୌ ଖେଳ ଆରମ୍ଭ ହୋଇପାରି ନଥିଲା। ଖେଳ ଆରମ୍ଭ ହେବା ଦୂର କଥା, ଟସ୍ ବି ପଡ଼ି ପାରି ନଥିଲା। ଗତକାଲି ଟସ୍ ହାରିବା ପରେ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା। ଓପନର୍‌ ମୂରଲୀ ବିଜୟ ପ୍ରଥମ ଓଭରରେ କୌଣସି ରନ୍ ନ କରି ଆଉଟ୍ ହୋଇଯାଇଥିଲେ। ଲୋକେଶ୍ ରାହୁଲ୍ ମାତ୍ର ୮ ରନ୍ କରି ଆଉଟ୍ ହୋଇଥିବା ବେଳେ ଚେତେଶ୍ୱର ପୂଜାର ୧ ରନ୍ କରିଥିଲେ।

ପ୍ରଥମ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିବା ଅଧିନାୟକ ବିରାଟ କୋହଲି ବି ଫେଲ୍ ମାରିଥିଲେ। ସେ ମାତ୍ର ୨୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ଆଜିଙ୍କ୍ୟ ରାହାଣେ ୧୮ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୧ ଓ ଦୀନେଶ କାର୍ତ୍ତିକ ୧ ରନ୍ କରିଥିଲେ। କୁଲ୍‌ଦୀପ୍ ଯାଦବ ଓ ଈଶାନ୍ତ ଶର୍ମା ଖାତା ଖୋଲି ପାରି ନଥିଲେ। ମହମ୍ମଦ ଶାମି ୧୦ ରନ୍ କରି ଅପରାଜିତ ରହିଥିଲେ।

ଇଂଲଣ୍ଡ ପକ୍ଷରୁ ଆଣ୍ଡର୍‌ସନ୍ ୧୩.୨ ଓଭର ବୋଲିଂ କରି ମାତ୍ର ୨୦ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ। କ୍ରିସ୍ ୱକ୍‌ସ ୨ଟି ୱିକେଟ୍ ନେଇଥିବା ବେଳେ ଷ୍ଟୁଆର୍ଟ ବୋର୍ଡ ଓ ସାମ୍ କୁରାନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଭାରତ ଏହି ମ୍ୟାଚ୍‌ରେ ଶିଖର ଧାୱନ୍ ଓ ଉମେଶ ଯାଦବଙ୍କ ବଦଳରେ ଚେତେଶ୍ୱର ପୂଜାରା ଓ କୁଲ୍‌ଦୀପ୍ ଯାଦବଙ୍କୁ ଖେଳାଇଛି।



from OdishaReporter https://ift.tt/2MFLafq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages