ଶିଳ୍ପାଙ୍କ ଫିଟ୍‌ନେସ୍‌ ଫଣ୍ଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ଶିଳ୍ପାଙ୍କ ଫିଟ୍‌ନେସ୍‌ ଫଣ୍ଡା

shilppa

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ୪୦ ଟପିଲାଣି।  ନିଜ ସ୍ଲିମ୍‌ ଫିଗର, ଚମକୁଥିବା ଚେହେରା ଓ ଫିଟ୍‌ନେସ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ଅଛନ୍ତି ଏହି ଚୁଲବୁଲି ଅଭିନେତ୍ରୀ। ନିଜକୁ ଫିଟ୍‌ ରଖିବା ସେ ନିୟମିତ ଯୋଗାସନ ଓ ବ୍ୟାୟାମ ତ କରନ୍ତି, ତା’ ସାଙ୍ଗକୁ ଶୃଙ୍ଖଳିତ ଓ ପୁଷ୍ଟିକର ଡାଏଟିଂକୁ  ଗୁରୁତ୍ୱ ଦିଅନ୍ତି। ବୟସ ୪୩ ଓ ନିଜର ୬ବର୍ଷର ପୁଅ ଥାଇ ବି ଆସନ୍ତୁ ଜାଣିବା ଶିଳ୍ପାଙ୍କ ଡାଏଟିଂ ଚାର୍ଟ ସମ୍ପର୍କରେ।

୧- ଶିଳ୍ପାଙ୍କ ଦିନର ଖାଇବା ଆରମ୍ଭ ହୁଏ ଏକ ଗ୍ଲାସ୍‌ ଅଁଳା ଜୁସ୍‌ ଓ ଏକ ପ୍ଲେଟ୍‌ ପାଚିଲା ଅମୃତଭଣ୍ଡାରୁ। ଯାହା ଦ୍ୱାରା ପେଟ ସଫା ରହିବା ସହ ତ୍ୱଚା ବି ଚିକ୍କଣ ରୁହେ। ଏହାର ଅଧଘଣ୍ଟା ପରେ ଶିଳ୍ପା ଚା’ ଓ ଦୁଇଟି ସିଝା ଅଣ୍ଡା ବା ଅଣ୍ଡା ଆମଲେଟ୍  ଖାଇଥାନ୍ତି।  ବେଳେବେଳେ ଚା’ ବଦଳରେ ନଡ଼ିଆ ପାଣି ମଧ୍ୟ ପିଇଥାନ୍ତି।

୨- ଶିଳ୍ପା ମଧ୍ୟାହ୍ନ ଭୋଜନରେ ବ୍ରାଉନ୍ ରାଇସ୍, ଦୁଇଟି ରୁଟି, ଡାଲି, ମାଛ ଓ ବିଭିନ୍ନ ପରିବାର ତରକାରି ସହ ଅଣ୍ଡା ଭୁଜିଆ ଖାଇଥାନ୍ତି।

୩- ମଧ୍ୟାହ୍ନ ଭୋଜନର ଘଣ୍ଟାରୁ ଦୁଇ ଘଣ୍ଟା ମଧ୍ୟରେ ଦହିରୁ ତିଆରି ଚହ୍ଲା ପିଇଥାନ୍ତି।

ss

୪- ସନ୍ଧ୍ୟାରେ ଶିଳ୍ପା ବ୍ରାଉନ ସୁଗାରରେ ତିଆରି ଚା’, ଅଖରୋଟ୍‌ ଓ କାଜୁ ଖାଇଥାନ୍ତି।

୫- ରାତ୍ର ଭୋଜନରେ ଶିଳ୍ପା ସାଲାଡ୍‌ ଓ ସବୁଜ ପନିପରିବାର ତରକାରି ଖାଇବାକୁ ପସନ୍ଦ କରନ୍ତି। ବେଳେ ବେଳେ ସେ ସୁପ୍‌ ପିଇବାକୁ ମଧ୍ୟ ଭଲ ପାଆନ୍ତି। ରାତିରେ ଶୋଇବା ପୁର୍ବରୁ ଏକ ଗ୍ଲାସ୍‌ କ୍ଷୀର ପିଅନ୍ତ।



from OdishaReporter https://ift.tt/2M2OZy6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages