
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆତ୍ମ ସମୀକ୍ଷା କରିବା ମନ୍ଦ ନୁହେଁ କିମ୍ବା କୌଣସି କଥାକୁ ବାରମ୍ବାର ଭାବି କୌଣସି ନିଷ୍ପତ୍ତି ନେବା କିଛି ଖରାପ ନୁହେଁ। କିନ୍ତୁ ସବୁ ସମୟରେ ଏହା ଠିକ୍ ହୋଇ ନ ଥାଏ। ଅନେକ ସମୟରେ କୌଣସି ଜିନିଷକୁ ଏତେ ଅଧିକ ଭାବିବା ଭଲ ନୁହେଁ । କାହିଁକି ନା ଏହା ଆମକୁ ଚିନ୍ତାରେ ପକାଇଥାଏ। ଫଳରେ ଏହା ଶରୀର ଉପରେ ଅନେକ କୁପ୍ରଭାବ ପକାଇଥାଏ। ବେଶୀ ଭାବିବା ଦ୍ୱାରା ଆପଣଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିଥାଏ। ତେଣୁ କୁହାଯାଏ ଆବଶ୍ୟକତା ଠାରୁ ଅଧିକ ଭାବିବା ରୋଗର ଆଉ ଏକ ରୂପ। ତେବେ ଚାଲନ୍ତୁ ଏ ବିଷୟରେ ଆଉ କିଛି ତଥ୍ୟ ଜାଣିବା।
ଏହା ଏକ ନିଶା: ଆବଶ୍ୟତା ଠାରୁ ଅଧିକ ଭାବିବା ହେଉଛି ଏକ ନିଶା। କିଛି ସମୟରେ ଭାବିବା ପରେ ଏହା ଆମକୁ ମନକୁ କବଳିତ କରିନିଏ । ଏହା ପରେ ଆପଣ ସେହି କଥାକୁ ହିଁ ଭାବିବାରେ ଲାଗି ପଡ଼ିବେ। ମସ୍ତିଷ୍କ ଓ ମନ ଉପରେ ଖୁବ୍ ପ୍ରଭାବ ପଡ଼ିଥାଏ। ସେଥିପାଇଁ ଭାବିବା କମ୍ କରନ୍ତୁ।
ଆପଣଙ୍କୁ ଅଧିକ ଅଭିମାନୀ କରିବ : ବହୁତ ଅଧିକ ଭାବୁଥିବା ଲୋକଙ୍କୁ ଅନ୍ୟମାନେ ଅଭିମାନୀ ଓ ଗର୍ବୀ ବୋଲି ଅନେକ ଭାବନ୍ତି। ଏହା ଭାବିବା ବି ସ୍ୱାଭାବିକ୍। କାହିଁକିନା ସେମାନେ ଅଧିକ ଚିନ୍ତା କରି ଅଭିମାନୀ ହୋଇଯାଆନ୍ତି ଓ ଅଧିକା ଭାବିବା କାରଣରୁ କାହାସହ ବେଶୀ କଥାବାର୍ତ୍ତା ବି ହୁଅନ୍ତି ନାହିଁ। ତେଣୁ ଅଧିକ ଭାବିବା ଦ୍ୱାରା ପ୍ରିୟଜନଙ୍କ ସହ ସମ୍ପର୍କରେ ମଧ୍ୟ ତିକ୍ତତା ଆସିଥାଏ।
ଏହା ଦୁଃଖର କାରଣ ହୋଇଥାଏ: ଯଦି ଆପଣ ବହୁତ ଭାବନ୍ତି ତେବେ ନିଶ୍ଚିତ ରୂପରେ ଆପଣଙ୍କ କିଛି ଠୋସ୍ ରାୟ ଓ ବିଚାର ନ ଥିବ। ନିର୍ଦ୍ଧିଷ୍ଟ ରାୟ ବାହାର କରିବା ପାଇଁ ଆପଣଙ୍କୁ ମନ ଭିତରେ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥାଏ। ଆନାବଶ୍ୟ ରୂପରେ ଏହା ଦୁଃଖ ଦେବା ସହ ଜୀବନକୁ ଜଟିଳ କରାଇ ଦେଇଥାଏ।
ନିଜ ମନକୁ ଅଣଦେଖା କରିବା: ବେଶୀ ଭାବିଲେ ମନ ବିଚଳିତ ହୋଇଥାଏ। ଏହି ସବୁ କାରଣରୁ ଆପଣ କୋଣସି ସ୍ଥାନରେ ଉପସ୍ଥିତି ଥାଇବି କୁଆଡ଼େ ହଜି ଯାଆନ୍ତି। ଆଉ ଚିନ୍ତା ଏମିତି ଗ୍ରାସ କରିଯାଏ ଯେ ଆପଣ ନିଜ ମନ କଥାକୁ ବି ଅଣଦେଖା କରିଦିଅନ୍ତି।
ଅନାବଶ୍ୟକ ସମସ୍ୟା ସୃଷ୍ଟି କରିଥାଏ: ଅଧିକ ଭାବିବା ନୂଆ ନୂଆ ସମସ୍ୟା ସୃଷ୍ଟି ହୋଇଥାଏ। ଗୋଟିଏ ସମସ୍ୟା ସମାଧାନ ନ ହେଉଣୁ ଆଉ ଏକ ଅସୁବିଧା ମାଡ଼ି ଆସିଥାଏ।
ଅତୀତ ଓ ଭବିଷ୍ୟତ ମଧ୍ୟରେ ଫସିଯିବା: ବହୁତ ଅଧିକ ଭାବିବା ଦ୍ୱାରା ଅତୀତ ଓ ଭବିଷ୍ୟତ ମଧ୍ୟରେ ଫସିଯାଆନ୍ତି। ଏହା ସମସ୍ୟାରେ ପକାଇଥାଏ। ଏଥିପାଇଁ ବର୍ତ୍ତମାନ୍ର କାମ ବି ବିଗିଡ଼ି ଯାଏ।
ଖରାପ ବିଚାରକୁ ବଢ଼ାଇଥାଏ: ଅଧିକ ଚିନ୍ତା କରିବା ଦ୍ୱାରା ସକାରାତ୍ମକ ଚିନ୍ତା ଅପେକ୍ଷା ନକାରାତ୍ମ ଚିନ୍ତାକୁ ବଢ଼ାଇଥାଏ। ଯାହା ଆପଣଙ୍କୁ ଆହୁରି ବିଚଳିତ କରିଦେଇଥାଏ। ମାନସିକ ରୋଗକୁ ମଧ୍ୟ ବଢ଼ାଇଥାଏ।
from OdishaReporter https://ift.tt/2MrXHD4
No comments:
Post a Comment