ଏସ୍‌ସି/ଏସ୍‌ଟି ସଂରକ୍ଷଣକୁ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ, କ’ଣ କହିଲେ ସୁପ୍ରିମକୋର୍ଟ ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ଏସ୍‌ସି/ଏସ୍‌ଟି ସଂରକ୍ଷଣକୁ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ, କ’ଣ କହିଲେ ସୁପ୍ରିମକୋର୍ଟ ପଢ଼ନ୍ତୁ

ନୂଆଦିଲ୍ଲୀ: ସଂରକ୍ଷଣ ମାମଲାକୁ ନେଇ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ସରକାରୀ ଚାକିରି କ୍ଷେତ୍ରରେ SC/STରେ ଅନ୍ତର୍ଭୁକ୍ତ ବ୍ୟକ୍ତିମାନେ ସବୁ ରାଜ୍ୟରେ ସଂରକ୍ଷଣ ଦାବି କରିପାରିବେ ନାହିଁ। ଅର୍ଥାତ ଯଦି ସମ୍ପୃକ୍ତ ବ୍ୟକ୍ତିଙ୍କ ଜାତି ବା ଉପଜାତି ନିଜ ରାଜ୍ୟ ଭଳି ଅନ୍ୟ ରାଜ୍ୟର ସଂରକ୍ଷଣ ତାଲିକାରେ ସ୍ଥାନ ପାଇନଥାଏ ତା’ ହେଲେ ସେ ଉକ୍ତ ରାଜ୍ୟରେ ସଂରକ୍ଷଣ ଅଧିକାର ଦାବି କରିପାରିବେ ନାହିଁ।

ତେବେ ରାଜଧାନୀ ଦିଲ୍ଲୀ (NCR) ଅଞ୍ଚଳରେ ଏଭଳି ସଂରକ୍ଷଣକୁ ନେଇ କୌଣସି ଅସୁବିଧା ରହିବ ନାହିଁ।

ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ, ଯଦି କେହି SC/ST ବ୍ୟକ୍ତି ପାଠପଢା ପାଇଁ ହେଉ ବା ନିଯୁକ୍ତି ପାଇଁ ହେଉ, ଅନ୍ୟ କୌଣସି ରାଜ୍ୟକୁ ଯାଇଥିବେ, ତେବେ ସମ୍ପୃକ୍ତ ବ୍ୟକ୍ତି ସେଠାରେ ଏହି ସଂରକ୍ଷଣ ସୁବିଧା ଦାବି କରିପାରିବେ ନାହିଁ ଯଦି ତାଙ୍କ ଜାତି ଉକ୍ତ ରାଜ୍ୟର ତଫସିଲଭୁକ୍ତ ଜାତି ବା ଉପଜାତି ତାଲିକାରେ ଅନ୍ତର୍ଭୁକ୍ତ ନଥାଏ ।

ଏନେଇ ହୋଇଥିବା ଏକ ଆବେଦନ ଉପରେ ବିଚାର କରି ସୁପ୍ରିମକୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି। ଆବେଦନରେ ପ୍ରଶ୍ନ ଥିଲା ଗୋଟିଏ ରାଜ୍ୟର ଜଣେ SC/ST ସଦସ୍ୟ ଅନ୍ୟ ରାଜ୍ୟରେ ସଂରକ୍ଷଣ ସୁବିଧା ନେଇପାରିବେ କି ନାହିଁ?

ଜବାବରେ ସର୍ବୋଚ୍ଚ ନ୍ୟାୟାଳୟ ଉପରୋକ୍ତ ରାୟ ଦେଇଛନ୍ତି।  ସେହିପରି କୋର୍ଟ କହିଛନ୍ତି ଯେ, କୌଣସି ରାଜ୍ୟ ସରକାର ନିଜ ଇଚ୍ଛାମୁତାବକ SC/ST ବର୍ଗର ତାଲିକାରେ ପରିବର୍ତ୍ତନ କରିପାରିବେ ନାହିଁ। ଏଭଳି ପରିବର୍ତ୍ତନ କେବଳ ପ୍ରଚଳିତ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ହୋଇପାରିବ।

ସେହିପରି ଏ ସମ୍ପର୍କିତ ଅନ୍ୟ ମାମଲାର ଶୁଣାଣି ଜାରି ରହିଛି। ଯେଉଁଥିରେ ସରକାରୀ ଚାକିରି କରିଥିବା SC/ST ସଦସ୍ୟମାନଙ୍କୁ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ମିଳିବା ଉଚିତ୍ କି ନୁହଁ ସେନେଇ ନିଷ୍ପତ୍ତି ନିଆଯିବ।



from Odisha Reporter https://ift.tt/2PfpM1c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages