ତିନିମାସ ପରେ ପୁଣି ନିଜ କାର୍ଯ୍ୟକୁ ଫେରିଲେ ଅରୁଣ ଜେଟଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ତିନିମାସ ପରେ ପୁଣି ନିଜ କାର୍ଯ୍ୟକୁ ଫେରିଲେ ଅରୁଣ ଜେଟଲୀ

jaitley-......

ନୂଆଦିଲ୍ଲୀ: ତିନି ମାସ ହେବ ମନ୍ତ୍ରାଳୟ ଦାୟିତ୍ୱରୁ ଅସ୍ଥାୟୀ ଭାବେ ଅବ୍ୟାହତି ନେଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୁସ୍ଥ ହୋଇ ନିଜ କାର୍ଯ୍ୟକୁ ଫେରିଛନ୍ତି। ଆଜି ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜେଟଲୀଙ୍କୁ ପୁଣି ଥରେ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ଜେଟଲୀଙ୍କର କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। କିଡ୍‌ନୀ ପ୍ରତିରୋପଣ ଅପରେସନ୍‌ କାରଣରୁ ୧୪ ମେ’ରୁ ତାଙ୍କୁ ମନ୍ତ୍ରାଳୟ ଦାୟିତ୍ୱରୁ ଅସ୍ଥାୟୀ ଭାବେ ଅବ୍ୟାହତି ଦିଆଯାଇଥିଲା।

ଜେଟଲୀଙ୍କ ଅସୁସ୍ଥତା କାରଣରୁ ପୀୟୁଷ ଗୋଏଲ  ଅର୍ଥ ବିଭାଗର ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିଲେ। ପୀୟୁଷ ଗୋଏଲ ରେଳ ଓ କୋଇଲା ବିଭାଗର ମନ୍ତ୍ରୀ ଅଛନ୍ତି।

ଅସୁସ୍ଥତା ଥିବା ସତ୍ତ୍ୱେ ଜେଟଲୀ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଭୋଟ୍‌ ଦେବାକୁ ସଂସଦ ଆସିଥିଲେ।

ଦିଲ୍ଲୀ ଏମ୍‌ସରେ ଅରୁଣ ଜେଟଲୀଙ୍କର କିଡ୍‌ନୀ ପ୍ରତିରୋପଣ ଅପରେସନ୍‌ କରାଯାଇଥିଲା। ଡାକ୍ତର ତାଙ୍କୁ ଆରାମ କରିବାକୁ କହିଥିଲେ।

ମେ’ ୧୨ ତାରିଖରେ ଜେଟଲୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏକ ମାସ ଧରି ତାଙ୍କର ଡାଏଲିସିସ୍‌ କରାଯାଇଥିଲା।



from Odisha Reporter https://ift.tt/2BDWQy6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages