
ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଙ୍ଗ ଛକରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଗଞ୍ଜେଇ ବୋଝେଇ କାର୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି।
କାର୍ରୁ ୫୦ ପ୍ୟାକେଟ୍ ଗଞ୍ଜେଇ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କା ହେବ। ଏହି ଗଞ୍ଜେଇ କେଉଁଠୁ ଆସୁଥିଲା ଓ କାହା ପାଖକୁ ଯାଉଥିଲା, ତାର ତଦନ୍ତ କରୁଛି ପୁଲିସ।
୧୬ ନମ୍ବର ଜାତୀୟ ରାଜପଥରେ ପୁଲିସ ଚେକିଂ ଚାଲିଥିବା ବେଳେ ଏକ କାର୍ ଯାଉଥିଲା। ପୁଲିସକୁ ଦେଖି କାର୍ ଚାଳକ ଜୋରରେ ବ୍ରେକ୍ ଦେଇଥିଲେ।
ଫଳରେ କାର୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ତଥାପି ଡ୍ରାଇଭର ଫେରାର ହୋଇଯିବାରେ ସଫଳ ହୋଇଥିଲା।
ବିଭିନ୍ନ ସମୟରେ ଖୋର୍ଦ୍ଧା ସହରରୁ ବ୍ରାଉନସୁଗାର ଓ ଚୋରା ମଦ ଜବତ କରାଯାଉଛି। ଏହି ଅଞ୍ଚଳରେ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
from OdishaReporter https://ift.tt/2Ma8rsx
No comments:
Post a Comment