
(ଓଡ଼ିଶା ରିପୋର୍ଟର୍)କଥାରେ ଅଛି, ସ୍ୱାସ୍ଥ୍ୟ ହିଁ ସମ୍ପଦ। ମଣିଷ ସୁସ୍ଥ ରହିଲେ ସମାଜ ସୁସ୍ଥ ରହିବ। ଶରୀର ଭଲ ରହିଲେ, ଆପଣଙ୍କୁ ସବୁ କାମ କରିବାକୁ ଇଚ୍ଛା ହେବ। କିନ୍ତୁ ବ୍ୟସ୍ତତା ହେଉ ଅବା ଅବହେଳା, ସ୍ୱାସ୍ଥ୍ୟର ସଠିକ୍ ଯତ୍ନ ନ ନେଲେ, ଶରୀରକୁ ବିଭିନ୍ନ ରୋଗ ମାଡ଼ିବସେ। ଅଳ୍ପ ବୟସରେ ବ୍ୟକ୍ତି ବୁଢ଼ା ଭଳି ଦେଖା ଯାଆନ୍ତି। ତେବେ ଏକ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୃଙ୍ଖଳିତ ଜୀବନଶୈଳୀ ନିତାନ୍ତ ଆବଶ୍ୟକ।
ଏବେ ଆସନ୍ତୁ ଜାଣିବା, କେଉଁ ପ୍ରମୁଖ ତିନିଟି କାରଣ ଯୋଗୁ ବ୍ୟକ୍ତି ଅଳ୍ପ ବୟସରୁ ବୁଢ଼ା ଭଳି ଦେଖାଯିବାର ଆଶଙ୍କା ରହିଛି।
ଗରମ ପାଣିରେ ଗାଧୁଆନ୍ତୁ ନାହିଁ– ଗାଧୋଇବା ଦ୍ୱାରା ସତେଜ ଅନୁଭବ ହୋଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ପ୍ରତି ମଧ୍ୟ ହିତକର। ତେବେ କେତେକ ଲୋକ ଗରମ ପାଣିରେ ଗାଧୋଇବାକୁ ଭଲ ପା’ନ୍ତି। କିନ୍ତୁ ମନେ ରଖନ୍ତୁ, ଗରମ ପାଣିରେ ଗାଧୋଇବା ଦ୍ୱାରା ଶରୀରର ତ୍ୱଚା ଟାଣ ହୋଇଯାଇଥାଏ। ଅଳ୍ପ ବୟସରୁ ଚର୍ମ କୁଞ୍ଚା କୁଞ୍ଚା ହୋଇଯାଇଥାଏ ଓ ବ୍ୟକ୍ତି ବୁଢ଼ା ଭଳି ଦେଖାଯିବାର ଆଶଙ୍କା ରହିଛି।

ଭଲ ନିଦ ନହେବା– ବ୍ୟସ୍ତବହୁଳ ଜୀବନରେ ମଣିଷ ପାଇଁ ଭଲ ନିଦ ନିହାତି ଆବଶ୍ୟକ। ସାଧାରଣତଃ ଜଣେ ବ୍ୟକ୍ତି ଦିନକୁ ୮ ଘଣ୍ଟା ଶୋଇବା ଆବଶ୍ୟକ। ଏଥିରେ ଅବହେଳା କରିବା ଉଚିତ ନୁହେଁ। ଏହା କଲେ, ଶରୀରକୁ ବିଭିନ୍ନ ରୋଗ ମାଡ଼ିବସେ। ଏଥିପାଇଁ ମଧ୍ୟ ବ୍ୟକ୍ତି ଅଳ୍ପ ବୟସରେ ବୁଢ଼ା ଭଳି ଦେଖା ଯିବାର ଆଶଙ୍କା ରହିଛି।

ନିଶା ଦ୍ରବ୍ୟ ଖାଇବା- ଆଧୁନିକ ସମାଜରେ କିଛି ବ୍ୟକ୍ତି ଧୂମପାନ, ଡ୍ରଗ୍ସ, ମଦ ଓ ଗୁଟ୍ଖା ଭଳି ମାଦକଦ୍ରବ୍ୟ ବ୍ୟବହାର କରନ୍ତି। ଏବର ଯୁବପିଢ଼ି ଅଧିକସଂଖ୍ୟାରେ ନିଶାଦ୍ରବ୍ୟ ବ୍ୟବହାର କରୁଛନ୍ତି। ତେବେ ନିଶାଦ୍ରବ୍ୟ ସେବନର ପ୍ରଭାବ ବିଶେଷ କରି ବ୍ୟକ୍ତିର ତ୍ୱଚା ଉପରେ ଅଧିକ ପଡ଼ିଥାଏ। ଶରୀର ମଧ୍ୟ କ୍ରମଶଃ ରୋଗଗ୍ରସ୍ତ ହୁଏ। ଫଳରେ ଆପଣ ଅଳ୍ପ ବୟସରୁ ବୁଢ଼ା ଭଳି ଦେଖାଯାଇଥା’ନ୍ତି।

from Odisha Reporter https://ift.tt/2Bqd5yu
No comments:
Post a Comment