କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ‘ଫେସ୍‌ବୁକ୍‌’ ଦେଲା ୧.୭୫ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ‘ଫେସ୍‌ବୁକ୍‌’ ଦେଲା ୧.୭୫ କୋଟି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ସୋଶାଲ୍ ନେଟ୍‌ୱର୍କିଂ ସାଇଟ୍‌ ‘ଫେସ୍‌ବୁକ୍‌’ କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ୧.୭୫ କୋଟି ଟଙ୍କାର ସହାୟତା ରାଶି ଦେଇଛି।

ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁ କେରଳରେ ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ବନ୍ୟାଜଳ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟାଇଛି।

ଏଭଳି ବିପର୍ଯ୍ୟୟ ସମୟରେ ‘ଫେସ୍‌ବୁକ୍‌’ ଦିଲ୍ଲୀର ସ୍ୱେଚ୍ଛାସେବୀ ସଂସ୍ଥା ‘ଗୁଞ୍ଜ୍‌’ ଜରିଆରେ ଏହି ସହାୟତା ରାଶି ଦେଇଛି। ଏହି ସ୍ୱେଚ୍ଛାସେବୀ ସଂସ୍ଥା ଏବେ କେରଳର ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ କରୁଛି।

ଫେସବୁକ୍‌ର ମୁଖପାତ୍ରଙ୍କ ସୂଚନା ଅନୁସାରେ, କିଛି ଦିନ ହେବ ଫେସ୍‌ବୁକ୍‌ ଲାଇଭ୍, କ୍ରିଏଟିଙ୍ଗ୍ ପେଜ୍, ଜଏନିଂ କମ୍ୟୁନିଟି ଓ ରେଜିଂ ଫଣ୍ଡ୍‌ସ୍‌  ପରି ଫିଚର୍ ଜରିଆରେ ବନ୍ୟା ପଡ଼ିତଙ୍କ ସହାୟତା ପାଇଁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ, କେରଳରେ ଏଯାଏ ୩୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ଥିବାବେଳେ ୭ ଲକ୍ଷରୁ ଅଧିକ ଲୋକେ ବନ୍ୟା ଆଶ୍ରୟସ୍ଥଳୀରେ ରହୁଛନ୍ତି। କେରଳ ସରକାର ବନ୍ୟା ପୀଡିତଙ୍କ ପାଇଁ ୫ହଜାର ୬୪୯ଟି ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିଛନ୍ତି।

କେରଳର ଏହି ବନ୍ୟା ଦୁର୍ଗତଙ୍କ ସହାୟତା ପାଇଁ ଏବେ ସମୁଦାୟ ବିଶ୍ୱ ସହାୟତାର ହାତ ବଢ଼ାଇଛନ୍ତି।



from Odisha Reporter https://ift.tt/2w1scJB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages