ଆସୁଛି ‘ସର୍‌ଫରୋଶ -୨’; ଏଥର ଆମୀର ନୁହେଁ, ଲିଡ୍ ରୋଲ୍‌ରେ ଆସିବେ ଏହି ଅଭିନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ଆସୁଛି ‘ସର୍‌ଫରୋଶ -୨’; ଏଥର ଆମୀର ନୁହେଁ, ଲିଡ୍ ରୋଲ୍‌ରେ ଆସିବେ ଏହି ଅଭିନେତା

amir

ମୁମ୍ବାଇ: ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ତଥା ଆମୀର ଖାନ୍‌ଙ୍କ ଅଭିନୀତ ଚର୍ଚ୍ଚିତ ହିଟ୍ ଫିଲ୍ମ ‘ସର୍‌ଫରୋଶ’ର ସ୍ୱିକେଲ ‘ସର୍‌ଫରୋଶ-୨’ର ଶୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ତେବେ ‘ସର୍‌ଫରୋଶ-୨’ରେ ମିଷ୍ଟର ପରଫେକ୍‌ସନିଷ୍ଟ୍‌ ନୁହେଁ, ବରଂ ଲିଡ୍ ରୋଲ୍‌ରେ ଆସିବେ ଆମୀରଙ୍କ ଜଣେ ସବୁଠୁ ବଡ଼ ପ୍ରଶଂସକ ଜନ୍ ଆବ୍ରାହମ୍।

‘ସର୍‌ଫରୋଶ’ର ପ୍ରଯୋଜକ ଜନ୍ ମାଥ୍ୟୁ ମାଥାନଙ୍କ ସହ ମିଳିତ ଭାବେ ଏହି ସିକ୍ୱେଲ୍‌ର ପ୍ରଯୋଜନା କରିବେ ନିଜେ ଆବ୍ରାହମ୍। ସୀମାପାର ଆତଙ୍କବାଦ ଓ ଅନ୍ତଃରାଷ୍ଟ୍ରୀୟ ଡ୍ରଗ୍ସ ଚାଲାଣ ଉପରେ ଆଧାରିତ ମୂଳ ଫିଲ୍ମରେ ଆମୀର ଏସିପି ଅଜୟ ସିଂହ ରାଠୋର ଭୂମିକାରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ସାବାସି ସାଉଁଟିଥିଲେ। ଏଥିରେ ଆମୀରଙ୍କ ସହ ସୋନାଲି ବେନ୍ଦ୍ରେ ଓ ନସିରୁଦ୍ଦିନ୍‌ ଶାହଙ୍କ ଅଭିନୟ ମଧ୍ୟ ବେଶ୍ ଉଚ୍ଚକୋଟୀର ଥିଲା।

Sarfarosh

ବଳିଷ୍ଠ କାହାଣୀ ସାଙ୍ଗକୁ ମନଛୁଆଁ ସଂଳାପ ଏବଂ ଅଭିନୟ ଯୋଗୁ ‘ସର୍‌ଫରୋଶ’କୁ ୧୯୯୯ ମସିହାରେ ସର୍ବାଧିକ ଲୋକପ୍ରିୟ ଫିଲ୍ମ ଭାବେ ଜାତୀୟ ଚଲଚ୍ଚିତ୍ର ପୁରସ୍କାର ସମେତ ବିଭିନ୍ନ ବର୍ଗରେ ସଂଖ୍ୟାଧିକ ଫିଲ୍ମଫେୟାର୍‌ ଆୱାର୍ଡ ମିଲିଥିଲା।

ତେବେ ‘ସର୍‌ଫରୋଶ-୨’ର କାହାଣୀ ମୂଳ ଫିଲ୍ମ କାହାଣୀଠାରୁ ଭିନ୍ନ। ଏହି ସିକ୍ୱେଲ୍‌ରେ ନକ୍ସଲଙ୍କ ହିଂସା ଓ ଲାଲ କରିଡର୍‌ ଉପରେ ଫୋକସ୍ କରାଯାଇଛି। ତେବେ ଆମୀରଙ୍କ ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ ସବୁଠାରୁ ବଡ଼ ସୌଭାଗ୍ୟର କଥା ଏବଂ ଏଥିପାଇଁ ସେ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି ଜନ୍ ଆବ୍ରାହମ୍ କହିଛନ୍ତି। ଆବ୍ରାହମ୍ କହିଛନ୍ତି ଯେ ସେ ସବୁବେଳେ ଆମୀରଙ୍କ ଅଭିନୟର ଜଣେ ବଡ଼ ପ୍ରଶଂସକ।  ଏପରିକି ‘ସର୍‌ଫରୋଶ’ ଦେଖିବା ପରେ ସେ ହିଁ ପ୍ରଥମେ ମାଥ୍ୟୁ ମାଥାନଙ୍କ ଘରକୁ ଯାଇ ଚମତ୍କାର କାହାଣୀ ଓ ଦମଦାର ଅଭିନୟ ପାଇଁ ୱିଶ୍‌ କରିଥିଲେ।

ବଲିଉଡ୍‌ର ଅନ୍ୟତମ ବ୍ୟସ୍ତ ନାୟକ ଜନ୍ ଆବ୍ରାହମଙ୍କ ଆଗାମୀ ଫିଲ୍ମ ‘ସତ୍ୟମେବ ଜୟତେ’ ଅଗଷ୍ଟ ୧୫, ସ୍ୱାଧୀନତା ଦିବସରେ ପରଦାକୁ ଆସିବ । ବକ୍ସ ଅଫିସରେ ଏହି  ଫିଲ୍ମ ଖିଲାଡ଼ୀ ଷ୍ଟାର ଅକ୍ଷୟ କୁମାର ଅଭିନୀତ ‘ଗୋଲ୍ଡ’କୁ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି। ଜନ୍‌ଙ୍କ ଆହୁରି ଦୁଇଟି ଫିଲ୍ମ ରୋମିଓ ଆକବର ୱାଲଟର୍ ଏବଂ ‘ବାଟ୍‌ଲା ହାଉସ୍‌’ ରିଲିଜ୍ ଅପେକ୍ଷାରେ ରହିଛି।

 



from OdishaReporter https://ift.tt/2LVnvLA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages