ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ଛାଡ଼ି ଏମିତି ଟ୍ରଲ୍ ହେଲେ ଅମୀଷା ପଟେଲ୍‌, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ଛାଡ଼ି ଏମିତି ଟ୍ରଲ୍ ହେଲେ ଅମୀଷା ପଟେଲ୍‌, ଜାଣନ୍ତୁ

amisha5

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅମୀଷା ପଟେଲ୍‌ଙ୍କୁ ବଡ଼ ପରଦାରେ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ଫିଲ୍ମ୍‌ ମିଳୁ ନଥିଲେ ମଧ୍ୟ ଚର୍ଚ୍ଚାରେ କେମିତି ରହିବାକୁ ହୁଏ, ତାହା ଅମୀଷାଙ୍କୁ ବେଶ୍ ଭଲ ଜଣା। ସେ ସୋଶାଲ୍‌ ମିଡିଆରେ ବେଶ୍ ସକ୍ରିୟ।

amishaନିଜ ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ଅମୀଷା ଫ୍ୟାନ୍‌ଙ୍କ ସହ ଯୋଡ଼ି ହୋଇ ରୁହନ୍ତି। ଏଥିରେ ସେ ସବୁବେଳେ କିଛିନା କିଛି ଫଟୋ ପୋଷ୍ଟ୍‌ କରନ୍ତି। ଯାହା ପୋଷ୍ଟିଂ ହେବା ମାତ୍ରେ ଫ୍ୟାନ୍‌ମାନେ କମେଣ୍ଟ୍‌ ଦେବା ଆରମ୍ଭ କରିଦିଅନ୍ତି।

ନିକଟରେ କିନ୍ତୁ ନିଜର ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର୍‌ କରି ଅମୀଷା ଫସି ଯାଇଛନ୍ତି।

amisha2ଅମୀଷା ପୋଷ୍ଟିଂ କରିଥିବା ଏହି ଫଟୋ ଦେଖି କିଛି ୟୁଜର୍ସ୍‌ ତାଙ୍କୁ ଖୁବ୍ ସୁନ୍ଦର ଓ ହଟ୍‌ କହି ପ୍ରଶଂସାରେ ପୋତି ପକାଇଛନ୍ତି। ଆଉ କିଛି ଯୁଜର୍ସ୍‌ ଏମିତି କମେଣ୍ଟ୍‌ସ୍‌ ଦେଇଛନ୍ତି, ଯାହା ଅମୀଷାଙ୍କୁ ନିହାତି ଖରାପ ଲାଗିଥିବ।

amisha3ସୋଶାଲ୍ ମିଡିଆରେ ଫଟୋଟିକୁ ଦେଖି କିଛି ୟୁଜର୍ସ୍ ଏହା ତଳେ ‘ଫ୍ଲଫ୍‌’ ଓ ‘ବୁଢ଼ୀ’ବୋଲି କମେଣ୍ଟ୍‌ସ୍‌ ଦେଇଛନ୍ତି। ଅନ୍ୟଜଣେ ଲେଖିଛନ୍ତି, ‘ତମେ ଅଣ୍ଟି ପରି ଦିଶୁଛ’।

ଆଉ କେହି କେହି, ‘ ନାଇସ୍ ଅଣ୍ଟି’, ‘ଅଣ୍ଟି ଇଜ୍‌ ଇନ୍‌’ଓ ‘ହ୍ୟାଲୋ, ଅଣ୍ଟି’ ଭଳି କମେଣ୍ଟ୍‌ସ୍‌ ଦେଇଛନ୍ତି।

amisha4ସୋଶାଲ୍ ମିଡିଆରେ ଫଟୋ ଶେୟାର୍ କରି ଟ୍ରଲ୍ ହେବା ଅମୀଷାଙ୍କ ପାଇଁ ନୂଆ ନୁହେଁ। ତା ଛ’ଡ଼ା ଫଟୋକୁ ନେଇ ଟ୍ରଲ୍‌ ହେବା, ବଲିଉଡ୍‌ ବିୟୁଟିଙ୍କ ପାଇଁ କିଛି ବଡ଼ କଥା ନୁହେଁ। ପୂର୍ବରୁ ଦୀପିକା ପାଦୁକୋନ୍‌, ପ୍ରିୟଙ୍କା ଚୋପ୍ରା, ଦିଶା ପଟାନୀ, ହୁମା କ୍ୟୁରୈଶିଙ୍କ ଭଳି ଅଭିନେତ୍ରୀ ମଧ୍ୟ ଏପରି ସ୍ଥିତିକୁ ସାମ୍ନା କରି ସାରିଛନ୍ତି।

photo credit- aajtak

 

 



from Odisha Reporter https://ift.tt/2Lsw3V0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages