ରାଜ୍ୟ ସରକାରଙ୍କୁ ମହାନଦୀ ଚିନ୍ତା: ଜଳ ପରିଚାଳନା, ବନ୍ୟା ନିୟନ୍ତ୍ରଣ ଓ ଡ୍ୟାମ ସୁରକ୍ଷା ନେଇ ଆଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ରାଜ୍ୟ ସରକାରଙ୍କୁ ମହାନଦୀ ଚିନ୍ତା: ଜଳ ପରିଚାଳନା, ବନ୍ୟା ନିୟନ୍ତ୍ରଣ ଓ ଡ୍ୟାମ ସୁରକ୍ଷା ନେଇ ଆଲୋଚନା

ସମ୍ୱଲପୁର (ସଞ୍ଜୟ ଜେନା): ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଉଗ୍ର ହେବାରେ ଲାଗିଛି। ଏହାକୁ ନେଇ କେତେବେଳେ ରାଜନୀତିକ ଯୁଦ୍ଧ ତ ଆଉ କେତେବେଳେ ଜୋରଦାର ବୟାନବାଜି ଲାଗି ରହିଛି।

ଏଭଳି ସ୍ଥିତିରେ ନ୍ୟାସନାଲ କାଉସିଲ୍‌ ଅଫ୍‌ ଡ୍ୟାମ୍‌ ସେପ୍ଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି।

ଫୋକସରେ ଅଛି ଡ୍ୟାମ୍‌ର ସୁରକ୍ଷା ଓ ବନ୍ୟା ପରିଚାଳନା। ତେବେ ହୀରାକୁଦ ଉପରେ ମୁଣ୍ଡରେ ଥିବା ବିଭିନ୍ନ ଡ୍ୟାମରୁ ପାଣି ଛାଡ଼ିବା ବେଳେ ଓଡ଼ିଶାକୁ ଅବଗତ କରାଯିବା ନେଇ ଆଲୋଚନା ହୋଇଛି।

କାରଣ ରାଜ୍ୟକୁ ତଥ୍ୟ ନଦେଇ ପାଣି ଛାଡ଼ିଲେ ତା’ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ। ନୂଆ ଟେକ୍ନୋଲୋଜି ମାଧ୍ୟମରେ ଡାଟା ଶେୟାରିଂ କରିବା ନେଇ ବୈଠକରେ ସ୍ଥିର ହୋଇଛି।

ତେବେ ଉପର ମୁଣ୍ଡରୁ ପାଣି ଛାଡ଼ିଲେ ଓଡ଼ିଶାରେ ଯେମିତି ବନ୍ୟା ପରିସ୍ଥିତି ସୃଷ୍ଟି ନହେବ, ତା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ଛତିଶଗଡ଼ ଉପର ମୁଣ୍ଡରେ ଆଉ କେଉଁ କେଉଁ ପ୍ରକଳ୍ପ କରୁଛି, ତା’ ଉପରେ କୌଣସି ଆଲୋଚନା ହୋଇନଥିବା ଜଣାପଡ଼ିଛି।

ଉଭୟ ରାଜ୍ୟ ମଧ୍ୟରେ ମହାନଦୀ ଜଳ ପରିଚାଳନା, ବନ୍ୟା ନିୟନ୍ତ୍ରଣ ଓ ଡ୍ୟାମ୍ ସୁରକ୍ଷା ପ୍ରସଙ୍ଗରେ ପ୍ରତିବର୍ଷ ବର୍ଷା ଋତୁ ଆରମ୍ଭରୁ ଅର୍ଥାତ ମେ କିମ୍ବା ଜୁନ୍‌ ମାସରେ ଅନୁଷ୍ଠିତ ହୋଇଥାଏ ଏହି ବୈଠକ।

ହେଲେ ଚଳିତବର୍ଷ କୌଣସି କାରଣ ପାଇଁ ବିଳମ୍ବ ହୋଇ ଏହା ଜୁଲାଇ ୩୧ରେ ହେବାର ଥିଲା। ମାତ୍ର ତାହା ବି ସମ୍ଭବ ହୋଇନଥିଲା।ଏପରିକି ଲୋକେ ଗୋଟିଏ ମହାନଦୀରେ ବନ୍ୟା ଦେଖିସାରିବା ପରେ ବି ବୈଠକର ନାଁ ଗନ୍ଧ ନଥିଲା।

ଏହି ବିଳମ୍ବ ନିମନ୍ତେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଲାଗି ରହିଥିବା ତିକ୍ତତା ଓ ଛକାପଞ୍ଛାକୁ ଦାୟୀ କରାଯାଉଥିବା ଚର୍ଚ୍ଚା ହେଉଛି। ହେଲେ ଛତିଶଗଡ଼ ପକ୍ଷରୁ ସମୟ ମଗାଯାଇଥିବାରୁ ବୈଠକ ଆୟୋଜନରେ ବିଳମ୍ବ ହୋଇଥିବା କୁହାଯାଉଛି।



from Odisha Reporter https://ift.tt/2NfC4pG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages