ଅଧିକ ସମୟ ବସି କାମ କରୁଛନ୍ତି କି ? ସାବଧାନ! ଚାଲିଯିବ ସ୍ମରଣଶକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ଅଧିକ ସମୟ ବସି କାମ କରୁଛନ୍ତି କି ? ସାବଧାନ! ଚାଲିଯିବ ସ୍ମରଣଶକ୍ତି

busy

ନୂଆଦିଲ୍ଲୀ: ଅଫିସ୍‌ରେ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି କାମ କରୁଛନ୍ତି କି ? ଯଦି ହଁ, ତେବେ କିଛି ସାବଧାନତା ଅବଲମ୍ବନ କରନ୍ତୁ। ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି କାମ କରିବା ଆପଣଙ୍କ ମସ୍ତିଷ୍କ ଉପରେ ଗୁରୁତର ପ୍ରଭାବ ପକାଇ ପାରେ। ଏପରିକି ଆପଣଙ୍କ ସ୍ମରଣଶକ୍ତି ହ୍ରାସ ପାଇବାର ଆଶଙ୍କା ମଧ୍ୟ ରହିଛି।

ଏକ ସର୍ଭେରୁ ଜଣାପଡ଼ିଛି, ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି କାମ କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ପାଇଁ ହାନିକାରକ ହୋଇପାରେ। ଯଦି ଆପଣ ପ୍ରତି ଅଧ ଘଣ୍ଟାଏରେ ଥରେ ଉଠି ଦୁଇ ମିନିଟ୍‌ ପାଇଁ ବୁଲାବୁଲି କରିବେ ତେବେ ଆପଣଙ୍କ ମସ୍ତିଷ୍କରେ ରକ୍ତ ସଂଚାଳନ ଠିକ୍‌ ରହିବ।

ମସ୍ତିଷ୍କରେ ରକ୍ତ ସଂଚାର ହେବା ଏକ ସାଧାରଣ ପ୍ରକ୍ରିୟା। ଏହା ସୁସ୍ଥ ଜୀବନ ପାଇଁ ନିହାତି ଆବଶ୍ୟକ। ଏହି ରକ୍ତ ସଂଚାଳନ ଯୋଗୁ ହିଁ ମସ୍ତିଷ୍କ ସବୁ କିଛି ଚିହ୍ନିଥାଏ।

ମସ୍ତିଷ୍କର କୋଷିକାକୁ ଅକ୍ସିଜେନ୍‌ ଓ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଥାଏ ଓ ଏହା ରକ୍ତ ସଂଚାଳନ ଯୋଗୁ ମିଳିଥାଏ। ହେଲେ ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ରହିଲେ ଏହି ପ୍ରକ୍ରିୟା ପ୍ରଭାବିତ ହୋଇଥାଏ।

ଏହା ପଶୁ ଓ ମଣିଷଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ମସ୍ତିଷ୍କରେ ରକ୍ତ ସଂଚାଳନରେ ସାମାନ୍ୟ ବିଭ୍ରାଟ ଘଟିଲେ ସ୍ମରଣଶକ୍ତି ଉପରେ ପ୍ରଭାବ ପଡ଼ିଥାଏ। ଅଧିକ ସମୟ ରକ୍ତ ସଂଚାର ପ୍ରଭାବିତ ହେଲେ ବଡ଼ ବେମାରୀ ହେବାର ଆଶଙ୍କା ବଢ଼ି ଯାଇଥାଏ। ଡିମେନ୍‌ଶିଆ ଓ ମେମୋରୀ ଲସ୍‌ ଭଳି ଗୁରୁତର ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ।

ଏହି ଅଧ୍ୟୟନ ଇଂଲଣ୍ଡର Liverpool John Moores Universityରେ କରାଯାଇଛି। ଏହାର ରିପୋର୍ଟ Journal of Applied Physiologyରେ ପ୍ରକାଶ ପାଇଛି।

ଅଫିସ୍‌ରେ କାମ କରୁଥିବା ୧୫ ଜଣ ଲୋକଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ସେମାନେ ଏକାଦିକ୍ରମେ ୪ ଘଣ୍ଟା ଗୋଟିଏ ସ୍ଥାନରେ ବସି କାମ କରିଥିଲେ। ଏମାନେ କେବଳ ବାଥ୍‌ରୁମ୍‌ ଯିବା ପାଇଁ ତାଙ୍କ ସିଟ୍‌ରୁ ଉଠୁଥିଲେ। ଏମାନଙ୍କ ପ୍ରତି ବ୍ରେକ୍‌ର ପୂର୍ବ ଓ ପରେ ଏମାନଙ୍କ ରକ୍ତ ସଂଚାଳନକୁ ଟ୍ରାକ୍‌ କରାଯାଇଥିଲା।

ଏଥିରୁ ଜଣାପଡ଼ିଥିଲା ୪ ଘଣ୍ଟା ବସିବା କାରଣରୁ ଏମାନଙ୍କ ରକ୍ତ ସଂଚାଳନ କମି ଯାଇଥିଲା। ହେଲେ ଦୁଇ ମିନିଟ୍‌ ବୁଲାବୁଲି କରିବା ପରେ ପୁଣି ସେମାନଙ୍କ ରକ୍ତ ସଂଚାଳନ ବଢ଼ିଥିଲା।



from Odisha Reporter https://ift.tt/2MMTwoG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages