ଆଶ୍ଚର୍ଯ୍ୟ ହେଲେ ବି ସତ, ଝିଣ୍ଟିକା ଖାଇଲେ ସୁସ୍ଥ ରହେ ଖାଦ୍ୟନଳୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ଆଶ୍ଚର୍ଯ୍ୟ ହେଲେ ବି ସତ, ଝିଣ୍ଟିକା ଖାଇଲେ ସୁସ୍ଥ ରହେ ଖାଦ୍ୟନଳୀ

33

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣମାନେ ଗଛପତ୍ରରେ ବସୁଥିବା ଝିଣ୍ଟିକାକୁ ଦେଖିଥିବେ। ଗଛର ପତ୍ରଖାଇ ବଞ୍ଚୁଥିବା ଝିଣ୍ଟିକାକୁ ଖାଦ୍ୟ ଭାବେ ଖାଇଲେ ଆପଣଙ୍କର ଖାଦ୍ୟନଳୀ ସୁସ୍ଥ ରହିଥାଏ। ଏହା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ କଥାଟା ସତ। ଏହାକୁ ନେଇ ଏକ ଗବେଷଣା ହୋଇଛି। ଗବେଷଣା ଅନୁସାରେ, ଝିଣ୍ଟିକା ପୋକ ଖାଇବା ଦ୍ୱାରା ଶରୀରରେ ଥିବା ଉପକାରୀ ବ୍ୟାକ୍ଟେରିଆର ସଂଖ୍ୟା ବୃଦ୍ଧିରେ ଏହା ସହାୟକ ହୋଇଥାଏ। ଏହା ସହିତ ଶରୀର ଲାଲ୍‌ ପଡ଼ିବା ଏବଂ କୁଣ୍ଡାଇ ହେବା ସମସ୍ୟାକୁ ଦୂର କରିଥାଏ ଝିଣ୍ଟିକା।

ବିଶେଷଜ୍ଞ ଭାଲେରୀ ଷ୍ଟୁଲ୍‌ଙ୍କ ମତରେ,“ସ୍ୱାସ୍ଥ୍ୟ ଉପକାରୀ  ପୋକ ଖାଇବା ପାଇଁ ବର୍ତ୍ତମାନ ଲୋକମାନେ ଅଧିକ ଇଚ୍ଛା ପ୍ରକାଶ କରୁଛନ୍ତି। ପାରମ୍ପରିକ ପଶୁମାନଙ୍କ ତୁଳନାରେ ୟୁରୋପ ଏବଂ ଆମେରିକାରେ ମଧ୍ୟ ଖାଦ୍ୟରୁ ଉପଯୁକ୍ତ ପ୍ରୋଟିନ୍‌ ଆଶାରେ ପୋକମାନଙ୍କ ପାଇଁ ଅନୂକୁଳ ପରିବେଶ ସୃଷ୍ଟି କରାଯାଉଛି।”

ସାରା ବିଶ୍ୱରେ ୨ ବିଲିୟନ୍‌ରୁ ଅଧିକ ଲୋକ ତାଙ୍କ ଖାଦ୍ୟରେ ପ୍ରତିଦିନ ପୋକଙ୍କୁ ସାମିଲ୍‌ କରିଥାଆନ୍ତି। ଯାହା ଭିଟାମିନ୍‌, ମିନେରାଲ୍‌ ଏବଂ ପ୍ରୋଟିନ୍‌ ପାଇବାର ଏକ ମୁଖ୍ୟ ଉତ୍ସ।

insectsarehe

ଝିଣ୍ଟିକା ପରି ପୋକ ଖାଇବା ପରେ ଶରୀରକୁ କେଉଁ ସବୁ ପ୍ରୋଟିନ୍‌ ମିଳୁଛି, ଏହାକୁ ନେଇ ବିଶେଷଜ୍ଞମାନେ ପ୍ରଥମଥର ପାଇଁ ଏକ ପରୀକ୍ଷଣ କରିଥିଲେ।
ଅନ୍ୟ ଜଣେ ବିଶେଷଜ୍ଞ ଟିଫାନି ୱିର୍‌ଙ୍କ ମତରେ,“ପୋକମାନଙ୍କୁ ନେଇ ଏହି ପରୀକ୍ଷଣ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାର କାରଣ ବିଶ୍ୱର ପଶ୍ଚିମ ଅଞ୍ଚଳର ଲୋକମାନଙ୍କ ଖାଦ୍ୟରେ ପୋକଙ୍କୁ ଅଧିକ ମାତ୍ରାରେ ଖାଇଥାଆନ୍ତି ଏବଂ ସେଠାକାର ଲୋକମାନଙ୍କ ସ୍ୱସ୍ଥ୍ୟରେ ଏହାର ପ୍ରଭାବ କିପରି ପଡ଼ୁଛି, ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ ଥିଲା। ସେଥିପାଇଁ ଏହି ଗବେଷଣା କରାଯାଇଥିଲା।”

ସେ ଆହୁରି ମଧ୍ୟ କହିଛନ୍ତି, ଖାଦ୍ୟନଳୀରେ ଥିବା ‘ମାଇକ୍ରୋବାୟୋଟା ବ୍ୟାକ୍ଟେରିଆ’ର ମନୁଷ୍ୟର ସ୍ୱାସ୍ଥ୍ୟ ସହିତ କି ସମ୍ପର୍କ ରହିଛି, ଏହାକୁ ସାର୍ବଜନୀନ କରିବା ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏକ ସ୍ୱାସ୍ଥ୍ୟ ଉପକାରୀ ପୋକ କିପରି ଖାଦ୍ୟନଳୀରେ ଥିବା ବ୍ୟାକ୍ଟେରିଆଙ୍କ ସଂଖ୍ୟା ବୃଦ୍ଧି କରିବାରେ ସହାୟକ ହୋଇଥାଏ, ସେଥିପାଇଁ ଏହି ଗବେଷଣା କରାଯାଇଥିଲା। ଗବେଷଣାରୁ ଆମେ ଜାଣିବାକୁ ପାଇଥିଲୁ,ଝିଣ୍ଟିକା ବାସ୍ତବରେ ପୁଷ୍ଟିରେ ଭରପୂର। ଯାହା ଖାଦ୍ୟନଳୀକୁ ପ୍ରୋଟିନ୍‌ ଯୋଗାଇଥାଏ।

ବିଶେଷଜ୍ଞମାନେ ଗବେଷଣାରୁ ଜାଣିଛନ୍ତି ଯେ, ପ୍ରୋଟିନ୍‌ ମିଳୁଥିବା ପୋକଙ୍କ ସଂଖ୍ୟା ବୃଦ୍ଧି ହେଲେ କେବଳ ଯେ ପରିବେଶ ସୁରକ୍ଷିତ ହୋଇଥାଏ, ସେତିକି ନୁହେଁ, ଯେଉଁ ଧନୀ ଦେଶର ଲୋକମାନେ ମାଂସକୁ ଅଧିକ ମାତ୍ରାରେ  ଖାଦ୍ୟ ଭାବେ ଗ୍ରହଣ କରୁଥିଲେ, ସେମାନେ ମଧ୍ୟ ଏହି ପୋକଙ୍କୁ ଖାଦ୍ୟର ବିକଳ୍ପ ଭାବରେ ଗ୍ରହଣ କରିପାରିବେ।
ଝିଣ୍ଚିକାରେ ମଧ୍ୟ ଫାଇବର୍‌ ରହିଛି। ବିଭିନ୍ନ ପରିବା ଏବଂ ଫଳରେ ଅଧିକ ଭାବରେ ଦେଖିବାକୁ ମିଳୁଥିବା ପୋକମାନଙ୍କ ଶରୀରରେ ଫାଇବର୍‌ ନଥାଏ।

ପରୀକ୍ଷଣରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଝିଣ୍ଟିକା ପୋକ ‘ଗାଷ୍ଟ୍ରୋଇନ୍‌ଟେସିନାଲ୍‌ ଟ୍ରାକ୍ଟ’(gastrointestinal tract)ରୁ ମିଳୁଥିବା ବ୍ୟାକ୍ଟେରିଆଙ୍କୁ ପ୍ରଭାବିତ କରିଥାଆନ୍ତି।



from OdishaReporter https://ift.tt/2LX4xUU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages