ରାତିରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା: ସତର୍କ କଲା ପାଣିପାଗ କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ରାତିରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାତିରେ ରାଜ୍ୟର ଅଧା ଅଞ୍ଚଳରେ ଝଡ଼ତୋଫାନ୍‌ ସହ ପ୍ରବଳ ବର୍ଷା ହେବ। ଘଡ଼ଘଡ଼ି ମଧ୍ୟ ମାରିବ। ଏଥିପାଇଁ ୨୨ଟି ଜିଲ୍ଲାକୁ ସତର୍କ କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟ ଭିତରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

ଆଜି ରାତି ୯ଟା ୪୫ ମିନିଟ୍‌ ଯାଏଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ବୌଦ୍ଧ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଅନୁଗୋଳ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, ସୁବର୍ଣ୍ଣପୁର, ବଲାଙ୍ଗିର, ଭୁବନେଶ୍ୱର ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଘଡଘଡ଼ି ମାରିବାକୁ ଥିବାରୁ ଏହି ସମୟ ଭିତରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ସତର୍କ କରାଯାଇଛି ପାଣିପାଗ କେନ୍ଦ୍ର।



from Odisha Reporter https://ift.tt/2BIRK3t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages