ପିଲାକୁ ବଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇ ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

ପିଲାକୁ ବଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇ ଦେଲେ

kerala-flood

ଥିରୁଅନନ୍ତପୁରମ୍‌: କେରଳରେ ବର୍ଷାର ତାଣ୍ଡବ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଲଗାଣ ବର୍ଷାରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ମୃତ୍ୟୁସଂଖ୍ୟା ୩୭ ଛୁଇଁଛି। ଆଗକୁ ଆହୁରି ବର୍ଷାର ଆଶଙ୍କା ଥିବାରୁ ଆଜି କେରଳର ଅଧିକାଂଶ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଏସବୁ ଭିତରେ ଏକ ନିର୍ଦ୍ଧିଷ୍ଟ ରେସ୍କ୍ୟୁ ଅପରେସନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ରେସ୍କ୍ୟୁ ଟିମ୍‌ର ଜଣେ ସଦସ୍ୟଙ୍କର ସାହାସିକ କାମ କ୍ୟାମେରାରେ କଏଦ ହୋଇଛି। ଭିଜୁଆଲ୍‌ରେ ବ୍ୟକ୍ତି ଜଣକ ଚେର୍‌ଥୋନୀ ନଦୀର ପୋଲ ଉପରେ ଏକ ଛୋଟ ପିଲାକୁ ଜାବୁଡ଼ି ଧରି ତା’ ଜୀବନ ବଞ୍ଚାବାକୁ ଦୌଡ଼ୁଥିବା ଦେଖିବାକୁ ମିଳୁଛି।

ଏହି ଫୁଟେଜ୍‌ଟି ନ୍ୟୁଜ୍‌ ୧୮ କେରଳ ଦ୍ୱାରା ପୋଷ୍ଟ କରାଯାଇଛି। ଇଦୁକ୍କି ଡ୍ୟାମ୍‌ର ୫୦ଟି ଗେଟ୍‌ ଖୋଲାଯିବା ପରେ ଚେର୍‌ଥୋନୀ ନଦୀରେ ପ୍ରବଳ ମାତ୍ରାରେ ପାଣି ଆସିଛି। ପାଣିର ବେଗ ଏତେ ଅଧିକ ରହିଛି ଯେ, ପୋଲ ଉପରକୁ ମଧ୍ୟ ଝିଟିକା ମାରୁଛି। ଏହି ସମୟରେ ପୋଲ୍‌ ପରେ ରହିଯାଇଥିବା ପିଲାଟିକୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳର ସଦସ୍ୟ ଜଣଙ୍କ ଜୀବନକୁ ବାଜି ଲଗେଇ ଦେଇଛନ୍ତି।

THE HERO OF KERALA FLOODS

Meet Kanhaiya Kumar, an NDRF personnel who has become one of the heroes in the state of Kerala. #WATCH the man run across a road with an ailing kid, moments before the road was submerged | #KeralaFloods

News18 यांनी वर पोस्ट केले शनिवार, ११ ऑगस्ट, २०१८



from OdishaReporter https://ift.tt/2P38BAI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages