ପୁଞ୍ଜିଲାଲଙ୍କ ବିରୋଧରେ ୩ଶହ ପୃଷ୍ଠାର ଚାର୍ଜସିଟ ଦାଖଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ପୁଞ୍ଜିଲାଲଙ୍କ ବିରୋଧରେ ୩ଶହ ପୃଷ୍ଠାର ଚାର୍ଜସିଟ ଦାଖଲ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ୩ଶହ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଛି। ପାଟଣାଗଡ଼଼ ଏସ୍‌ଡିଜେଏମ କୋର୍ଟରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଏହି ଚାର୍ଜସିଟରେ ୭୨ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରହିଛି । କଲେଜ ଅଧ୍ୟକ୍ଷ ପଦ ପାଇଁ ଚାଲିଥିବା ବିବାଦ ପାଇଁ ପୁଞ୍ଜିଲାଲ ଏହି କାଣ୍ଡ ଭିଆଇଥିବା ଚାର୍ଜସିଟରେ ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ ।

କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପୁଞ୍ଜିଲାଲ ପାର୍ସଲ ବୋମା ପଠାଇଥିବା ବେଳେ ବିସ୍ଫୋରଣରେ ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ଓ ଶାଶୁ ଜେନାମଣିଙ୍କ ମୃତ୍ୟୁ ହୋଇଥିଲା। ଆହୁରି ୩ଜଣ ରାଜସାକ୍ଷୀ ଓ ଫରେନ୍ସିକ ସାଇନ୍ସର ଦୁଇଟି ରିପୋର୍ଟ ହସ୍ତଗତ ହୋଇଥିବାରୁ ତଦନ୍ତ ବନ୍ଦ ନକରି ଜାରି ରଖିବାକୁ କୋର୍ଟଙ୍କୁ ନିବେଦନ କରାଯାଇଛି । ତଦନ୍ତ ଦାୟିତ୍ୱ ନେବାର ୧୨୦ ଦିନ ପରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୩ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ସାହୁ ଏବଂ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିଲା।

ଏଥିରେ ପତ୍ନୀ ରୀମା ଗୁରୁତର ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ମାର୍ଚ୍ଚ ୨୩ରେ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା  ଏପ୍ରିଲ ୨୫ ତାରିଖରେ ଘଟଣାର ମାଷ୍ଟର୍‌ମାଇଣ୍ଡ୍ ପୁଞ୍ଜିଲାଲ ଗିରଫ ହୋଇଥିଲେ ।



from Odisha Reporter https://ift.tt/2PkUyGZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages