ଏହି ଗୀତ ଶୁଣିବାକୁ ବ୍ୟଗ୍ର ହେଉଥିଲେ ବାଜପେୟୀ, ଗୀତଟି କ’ଣ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ଏହି ଗୀତ ଶୁଣିବାକୁ ବ୍ୟଗ୍ର ହେଉଥିଲେ ବାଜପେୟୀ, ଗୀତଟି କ’ଣ ଜାଣନ୍ତୁ

Vajpayee

ମୁମ୍ବାଇ: ପରଲୋକଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ କଳାରେ ଥିଲା ତାଙ୍କର ପ୍ରଗାଢ ରୁଚି। ତାଙ୍କ ବ୍ୟସ୍ତବହୁଳ ରାଜନୀତିକ ଜୀବନରେ ସେ ଯେବେବି ଟିକିଏ ଅବସର ପାଉଥିଲେ, କବିତା, ଗଳ୍ପ କିମ୍ବା ଉପନ୍ୟାସ ପଢିବା ବା ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ। ତା’ ଛଡ଼ା ସେ ଭଲ ପାଉଥିବା ଲେଖକ ଓ କଳାକାରଙ୍କ ସମ୍ପର୍କରେ ଅଧିକ କଥା ଜାଣିବାକୁ ବି ଥିଲା ତାଙ୍କର ପ୍ରବଳ ଆଗ୍ରହ।

ଅନେକ ହୁଏତ ଜାଣି ନ ଥିବେ, ସେ ଗାୟକ ଓ କମ୍ପୋଜର ଭୂପେନ୍‌ ହଜାରିକାଙ୍କର ଥିଲେ ଜଣେ ବଡ଼ ଫ୍ୟାନ୍‌। ଥରେ ସେ ଭୂପେନ୍‌ ହଜାରିକାଙ୍କ କଣ୍ଠରେ ଅହମୀୟା ଗୀତ ଶୁଣିବାକୁ ଅନୁରୋଧ କରିଥିଲେ।

କଥାଟି ହେଲା ଏମିତି- ଭୂପେନ୍‌ ଦିଲ୍ଲୀ ରାମଲୀଲା ମଇଦାନ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି। ଭୁପେନ୍‌ ଷ୍ଟେଜ୍‌ ଉପରେ ଥିବା ବେଳେ ବାଜପେୟୀଙ୍କ ହାତଲେଖା ଗୋଟିଏ ଚିଟ୍‌ ତାଙ୍କ ପାଖକୁ ଆସେ।

bhupenହଜାରିକାଙ୍କ ସାଥୀ କମଲ୍‌ ପ୍ୟାକ୍‌ଅପ୍‌ କରିବାକୁ ଯାଉଥିବା ସମୟରେ ଭୁପେନ୍‌ଙ୍କ ପାଖକୁ ଆସେ ଏହି ଚିଟ୍‌ । ସେଥିରେ ଭୁପେନ୍‌ଙ୍କ ଲୋକପ୍ରିୟ ଗୀତର ବୋଲ୍‌ ଲେଖାଥାଏ। ‘‘ମୋଇ ଏତି ଜାଜାବୋର’’ ଆଉ ତଳେ ବାଜ୍‌ପେୟୀଙ୍କ ନାଁ ଲେଖା ହୋଇଥାଏ।

ଭୁପେନ୍‌ ଏହି ଚିଟ୍‌ ପାଇବା ପରେ ଭାରି ଖୁସି ହୋଇଯାଆନ୍ତି। ଆଉ ସଙ୍ଗେ ସଙ୍ଗେ ସେ ଗୀତଟିକୁ ଗାଆନ୍ତି। ଆଉ ତା’ପରେ ସେ ଯେବେ ଅଟଳଙ୍କ ନିକଟକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ, ସେତେବେଳେ ଅଟଳ ଜୀ କହିଥିଲେ, “ମୁଁ ସବୁଠୁ ଆଗ ସିଟ୍‌ରେ ବସି କେବଳ ଏହି ଗୀତଟିକୁ ଶୁଣିବାକୁ ଏତେ ସମୟ ଅପେକ୍ଷା କରିଥିଲି।”

ସୂଚନାଯୋଗ୍ୟ,  ୨୦୦୪ରେ ଦାଦାସାହେବ୍‌ ଫାଲ୍‌କେ ପୁରସ୍କାର ବିଜେତା ହଜାରିକା ଗୌହାଟୀରୁ  ବିଜେପି ଟିକେଟ୍‌ ପାଇ ଲୋକସଭା ସଦସ୍ୟ ବି ହୋଇଥିଲେ।



from Odisha Reporter https://ift.tt/2nTatjn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages