
ବାଲିଗୁଡ଼ା (ଅଜିତ ନାୟକ): ବାଲିଗୁଡ଼ା କୁର୍ତ୍ତମଗଡ଼ ନିକଟ ପରମପାଙ୍ଗା ନିକଟରେ ଥିବା ଏକ ଅସ୍ଥାୟୀ ପୋଲ ଉପରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ପରେ ଏହି ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ଏହି ରାସ୍ତା କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ାକୁ ସଂଯୋଗ କରୁଥିବାରୁ ଉଭୟ ଦିଗରେ ଶତାଧିକ ଗାଡ଼ି ଅଟକି ରହିଛି। ଫଳରେ ଯାତ୍ରୀମାନେ ଅନେକ ହଇରାଣ ହେଉଛନ୍ତି। ଏପରିକି କୋଟଗଡ଼ ଓ ତୁମୁଡ଼ିବନ୍ଧ ଅଞ୍ଚଳରୁ ରୋଗୀ ନେଇ ଆମ୍ୱୁଲାନ୍ସ ବାଲିଗୁଡ଼ା ଆସିପାରୁ ନାହିଁ।
from OdishaReporter https://ift.tt/2KpersQ

No comments:
Post a Comment