
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଟ୍ରେନ୍ରେ କଟି ୪ ଜଣ କାଉଡିଆଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ପାନପୋଷ ରେଳ ଷ୍ଟେସନରୁ କିଛି ଦୂରରେ। ମୃତକଙ୍କ ଘର ଛତିଶଗଡ ଭିଲାଇ ଅଞ୍ଚଳରେ ଓ ସେମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, କିଛି କାଉଡିଆ ଭୁବନେଶ୍ୱର-ରାଉରକେଲା ଇଣ୍ଟର୍ସିଟି ଏକ୍ସପ୍ରେସ୍ରେ ଯାଇ ଝାରସୁଗୁଡା ଷ୍ଟେସନ୍ରେ ପହଞ୍ଚିଥିଲେ। ସେଠାରେ ଟ୍ରେନ୍ରୁ ଓହ୍ଲାଇ ବେଦବ୍ୟାସ ପୀଠରେ ଶିବଙ୍କ ମସ୍ତକରେ ପାଣି ଢାଳିବା ପାଇଁ ଚାଲି ଚାଲି ଯାଉଥିଲେ। ବ୍ରାହ୍ମଣୀ ବ୍ରିଜ୍ ଉପରେ ଯାଉଥିବା ବେଳେ ଏକ ଟ୍ରେନ୍ ସାମାନଙ୍କୁ ଧକ୍କା ଦେଇଥିଲା।
ମୃତକମାନେ ଯାଜୁପର ଜିଲ୍ଲାରେ ରହି କାମ କରୁଥିଲେ ବୋଲି ଜଣାପଡ଼ିଛି।
from OdishaReporter https://ift.tt/2MEjZBq

No comments:
Post a Comment