
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ୯୬ ବର୍ଷ ବୟସରେ ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଆଜି ଏମସରେ ତାଙ୍କର ପରଲୋକ ଘଟିଛି।
୯ ସପ୍ତାହ ଧରି ହସ୍ପିଟାଲରେ ଭର୍ତ୍ତି ଥିବା ବାଜପେୟୀଙ୍କୁ ଗତ ୩ଦିନ ଧରି ଭେଣ୍ଟିଲେଟରରେ ରଖାଯାଇଥିଲା। ବୁଧବାର ସକାଳୁ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଦେଖା ଦେଇଥିଲା।
ଆଜି ସକାଳେ ଏମସର ବୁଲେଟିନରେ ବାଜପେୟୀଙ୍କ ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିବା କୁହାଯାଇଥିଲା।
ସୂଚନାଯୋଗ୍ୟ, ଗତ ଜୁନ୍ ୧୧ ତାରିଖରେ ବାଜପେୟୀଙ୍କୁ ଏମସରେ ଭର୍ତ୍ତି କରାଯାଇଥିଲା।
ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବାକୁ ଦେଶବ୍ୟାପୀ ଉତ୍ସୁକତା ପ୍ରକାଶ ପାଇଥିଲା। ଦଳ ମତ ନିର୍ବିଶେଷରେ ବହୁ ବରିଷ୍ଠ ରାଜନୀତିକ ନେତା ଏମସ ପହଞ୍ଚିଥିଲେ ଓ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।
ଗୃହମନ୍ତ୍ରୀ ରାଜନାଥ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଏଲକେ ଆଡଭାନୀଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଆଜି ସକାଳୁ ଏମସରେ ପହଞ୍ଚି ବାଜପେୟୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଥିଲେ।
ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମସ ଯାଇ ପ୍ରାୟ ୫୦ ମିନିଟ୍ ରହିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଟିକନିଖି ଖବର ନେଇଥିଲେ। ଆଜି ମଧ୍ୟ ମୋଦି ଏମସ ପହଞ୍ଚି ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।
from OdishaReporter https://ift.tt/2OFt6T6
No comments:
Post a Comment