ବିଜ୍ଞାପନ ନିୟମକୁ ବେଖାତିର: ବିଜେପି ସମେତ ୬ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ବିଜ୍ଞାପନ ନିୟମକୁ ବେଖାତିର: ବିଜେପି ସମେତ ୬ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ସର୍ବସାଧାରଣରେ ବା ଗଣମାଧ୍ୟମରେ ବିଜ୍ଞାପନ ପ୍ରଚାର ପ୍ରସାର ପାଇଁ ସୁପ୍ରିମକୋର୍ଟ ଜାରି କରିଥିବା ଗାଇଡ୍‌ଲାଇନ୍‌କୁ କିଛି ରାଜ୍ୟର ସରକାର ଓ ବିଜେପି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଛି। ଏନେଇ ଆଜି ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ,ରାଜସ୍ଥାନ,ଛତିଶଗଡ଼, ଝାରଖଣ୍ଡ ଓ ତେଲେଙ୍ଗାନା ତଥା କେନ୍ଦ୍ର ସରକାର ଏବଂ ବିଜେପିକୁ ନୋଟିସ୍‌ ଜାରି କରି ଜବାବ ତଲବ କରିଛନ୍ତି।

ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ବିଧାୟକ ସଞ୍ଜୀବ ଝାଙ୍କ ଅଭିଯୋଗ ଅନୁଯାୟୀ, ବିଜେପି ଦଖଲରେ ଥିବା ରାଜ୍ୟଗୁଡ଼ିକର ସରକାରମାନେ ଲୋକଙ୍କ ଟଙ୍କାରେ ବିଜ୍ଞାପନ ଦେଇ ନିଜ ଦଳର ପ୍ରଚାର ଓ ପ୍ରସାର କରୁଛନ୍ତି। ଏନେଇ ସେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ କରିଥିଲେ।

ଆଜି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ୫ ବିଜେପି ଶାସିତ ରାଜ୍ୟ ଓ କେସିଆର୍‌ଙ୍କ ତେଲେଙ୍ଗାନା ତଥା କେନ୍ଦ୍ର ସରକାର ଓ ବିଜେପିକୁ ୪ ସପ୍ତାହ ମଧ୍ୟରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଟେଲିଭିଜନରେ ପ୍ରସାରଣ ଓ ସଂବାଦପତ୍ରରେ ଛପା ଯାଉଥିବା ବିଜ୍ଞାପନ ଉପରେ ନଜର ରଖିବାକୁ ସୁପ୍ରିମକୋର୍ଟ ୨୦୧୫ ମସିହା ମେ’୧୩ରେ ୩ ଜଣିଆ କମିଟି ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରି କି ଗଣମାଧ୍ୟମରେ ପ୍ରକାଶିତ ସରକାରୀ ବିଜ୍ଞାପନରେ କେବଳ ପ୍ରଧାନ ବିଚାରପତି, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ରାଜନେତାଙ୍କ ଫଟୋ ରହିପାରିବ ନାହିଁ ବୋଲି କହିଥିଲେ।

କିନ୍ତୁ ୨୦୧୬ ମାର୍ଚ୍ଚ ୧୮ରେ ସର୍ବୋଚ୍ଚ ଅଦାଲତ ନିଜ ରାୟରେ କିଛି ପରିବର୍ତ୍ତନ କରିବା ସହ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଜ୍ୟମନ୍ତ୍ରୀମାନଙ୍କ ଫଟୋ ମଧ୍ୟ ବିଜ୍ଞାପନରେ ରହିପାରିବ ବୋଲି ଅନୁମତି ଦେଇଥିଲେ।



from Odisha Reporter https://ift.tt/2N71vgm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages