କର୍ମଜୀବୀ ମହିଳାମାନେ ଆପଣାନ୍ତୁ ଏହି ୭ ବିୟୁଟି ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

କର୍ମଜୀବୀ ମହିଳାମାନେ ଆପଣାନ୍ତୁ ଏହି ୭ ବିୟୁଟି ଟିପ୍ସ

job

ଆଜିକାଲି ପ୍ରାୟତଃ ମହିଳାମାନେ ଅଫିସ୍‌ କାମ ସହ ଘର କାମ ମଧ୍ୟ ସୁଚାରୁରୂପେ କରୁଛନ୍ତି। ତେବେ ବ୍ୟସ୍ତତା ଭିତରେ ରହିବା ଯୋଗୁଁ କର୍ମଜୀବୀ ମହିଳାମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଭୁଲି ଯାଆନ୍ତି। ଯାହାଫଳରେ ତ୍ୱଚାର ଚମକ କମିବାକୁ ଲାଗିଥାଏ। ତେଣୁ ଆଜି ଆମେ ଏପରି କିଛି ବିୟୁଟି ଟିପ୍ସ ଦେବୁ  ଯାହା ଆପଣଙ୍କ ସୁନ୍ଦରତା ବଢ଼ାଇବାରେ ସହାୟକ ହେବ।

୧- ଯଦି ଆପଣଙ୍କ ପାଖରେ ଶାମ୍ପୁ କରିବାକୁ ସମୟ ନାହିଁ, ଅଫିସ୍ କାମ ସରିବା ପରେ ପାର୍ଟି ଯିବାର ଅଛି ତେବେ ଡ୍ରାଏ ଶାମ୍ପୁ ବ୍ୟବହାର କରିପାରିବେ। ଏହି ଶାମ୍ପୁକୁ କେଶର ମୂଳରେ ସ୍ପ୍ରେ କରି ମୁଣ୍ଡ କୁଣ୍ଡାଇ ଦିଅନ୍ତୁ। ଏହାଦ୍ୱାରା କେଶରେ ଥିବା ମଇଳା ଓ ଅଏଲ୍‌ନେସ୍‌ ଦୂର ହୋଇଯାଏ।

୨-  ସକାଳେ କେଶ ସଫା କରିବା ପରେ ଯଦି ଡ୍ରାଏ କରିବାକୁ ସମୟ ନାହିଁ, ତେବେ ଆପଣ ଏକ ଗାମୁଚ୍ଛା  କିମ୍ୱା ସୂତା ଟି-ସାର୍ଟରେ କେଶ ବାନ୍ଧି ଦିଅନ୍ତୁ। ଫଳରେ କେଶ ଶୀଘ୍ର ଶୁଖି ଯାଇଥାଏ। ଆପଣ ଚାହିଁଲେ ସିରମ୍‌ ମଧ୍ୟ ବ୍ୟବହାର କରିପାରିବେ।

୩- ବ୍ୟସ୍ତତା ଭିତରେ ରହି ମେନିକ୍ୟୁୟର  ଓ ପେଡିକ୍ୟୁୟର କରିବାକୁ ପାର୍ଲର ଯାଇ ପାରୁ ନାହାନ୍ତି। ତେବେ ରାତିରେ  ଶୋଇବା ପୂର୍ବରୁ  ହାତ ଓ ପାଦରେ ପେଟ୍ରୋଲିୟମ୍ ଜେଲି ଲଗାନ୍ତୁ। ଏହାପରେ  ମୋଜା ପିନ୍ଧି ଦିଅନ୍ତୁ। ଏହା ତ୍ୱଚାକୁ ପ୍ରାକୃତିକ ର୍ମୟଶ୍ଚରାଇଜର ରଖିଥାଏ।

୪- ବିଳମ୍ୱିତ ରାତିରେ ପାର୍ଟିରୁ ଫେରିଛନ୍ତି। ପୁଣି ସକାଳେ ଅଫିସ୍ ଯିବାକୁ ରହିଛି। ହେଲେ ନିଦ ଠିକ୍ ସେ ହୋଇ ନଥିବାରୁ ତ୍ୱଚା ଫିକା ଦେଖାଯାଉଥିଲେ, ଆଖିରେ ଲାଇନର ଲଗାନ୍ତୁ ଚେହେରା ଉଜ୍ଜଳ ଦେଖା ଯିବା ସହ ଥକାଳିଆ ଦେଖାଯାଇ ନଥାଏ।

neckless

୫-ଅଫିସ୍‌ ସରିବା ପରେ ପାର୍ଟିକୁ ଯିବାକୁ ଚାହୁଁଥିବା ମହିଳାମାନେ ନିଜ ପାଖରେ ବିଭିନ୍ନ ଷ୍ଟାଇଲିସ୍‌ ଅଳଙ୍କାର  ଓ ବ୍ୟାଣ୍ଡ୍‌ ରଖିପାରିବେ।

୬- ଖାସ୍ ରଙ୍ଗର ସାଡୋ କିମ୍ୱା ଲିପଷ୍ଟିକ୍ ଲଗାଇବାକୁ ଇଚ୍ଛା କରୁଥିଲେ ଓଠରେ ଭଲ କମ୍ପାନୀର ମଶ୍ଚରାଇଜର କିମ୍ୱା ଜେଲ୍ ଲଗାନ୍ତୁ। ଏହାପରେ ଆପଣ ନିଜ ପସନ୍ଦ ଅନୁସାରେ ଲିପଷ୍ଟିକ୍ ଓ ଆଇ ସାଡୋ ଲଗାଇ ପାରିବେ।

୭- ତ୍ୱଚାର ଉଜ୍ଜଳତାକୁ ବଢ଼ାଇବାକୁ ଚାହୁଁଥିଲେ ଗୋଲାପ ଜଳ ଲଗାନ୍ତୁ ।



from OdishaReporter https://ift.tt/2O9QUhG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages