
ପାଟକୁରା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଂସାର କାଙ୍କଦିଆ ଗାଁରୁ ଜଣେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରୁକ୍ମିଣୀ ସ୍ୱାଇଁ (୧୯)।
ଆଜି ଭୋରରେ ଗାଁର ବ୍ରଜବନ୍ଧୁ ସ୍ୱାଇଁଙ୍କ ଝିଅ ରୁକ୍ମିଣୀଙ୍କ ମୃତଦେହ ତାଙ୍କ ଘର ପାଖ ଏକ ଚାଷ ଜମିରୁ ଉଦ୍ଧାର କରାଯାଇଥିଲା। ମୃତଦେହ ନିକଟରେ ଏକ କିରାସିନି ଜାର୍ ପଡ଼ିଥିବା ଦେଖିବାକୁ ମିଳିଥିଲା।
ରୁକ୍ମିଣୀ ଭୁବନେଶ୍ୱରରେ ଏକ ନର୍ସିଂ କଲେଜରେ ପଢ଼ୁଥିଲେ। ଗତକାଲି ସନ୍ଧ୍ୟାରେ ସେ ଭୁବନେଶ୍ୱରରୁ ଘରକୁ ଆସିଥିଲେ। ହେଲେ ତାଙ୍କ ବ୍ୟବହାର ସ୍ୱାଭାବିକ ନଥିଲା ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।
ରାତିରେ ସେ ଖାଇ ସାରିବା ପରେ ଶୋଇବାକୁ ଯାଇଥିଲେ। ହେଲେ ଭୋର ସମୟରେ ଝିଅ ବିଛଣାରେ ନଥିବା ଦେଖି ପରିବାର ଲୋକେ ବିଭିନ୍ନ ଜାଗାରେ ଖୋଜାଖୋଜି କରିଥିଲେ। ଶେଷରେ ଘର ଠାରୁ ମାତ୍ର ଶହେ ମିଟର ଦୂରରେ ଏକ ଚାଷ ଜମି ନିକଟରେ ତାଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ି ନାହିଁ। ପୁଲିସ୍ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2o4ANqH
No comments:
Post a Comment