ଫେସ୍‌ବୁକ୍‌ରେ ପ୍ରେମ, ତା ପରେ ବ୍ଲାକ୍‌ମେଲିଂ, ଶେଷରେ ପୋଷ୍ଟ କଲା ପ୍ରେମିକାର ଅର୍ଦ୍ଧନଗ୍ନ ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ଫେସ୍‌ବୁକ୍‌ରେ ପ୍ରେମ, ତା ପରେ ବ୍ଲାକ୍‌ମେଲିଂ, ଶେଷରେ ପୋଷ୍ଟ କଲା ପ୍ରେମିକାର ଅର୍ଦ୍ଧନଗ୍ନ ଫଟୋ

ଯାଜପୁର (ଗୁଲାମ୍ ଗସ୍‌): ନାଁ ନବକିଶୋର ବେହେରା। ଗାଁ ଖୋର୍ଦ୍ଧା ଜିଲ୍ଲାର ଭୋଗଡ଼ା। ଆଉ ଏବେ ନିଜର କୃତକର୍ମ ପାଇଁ ଥାନାରେ। ବାନ୍ଧି ନେଇଛି ଯାଜପୁର ଜିଲ୍ଲାର ଧର୍ମଶାଳା ପୁଲିସ୍‌। ଫେସ୍‌ବୁକ୍‌ ପ୍ରେମ, ଆଉ ପ୍ରେମ ପରେ ବ୍ଲାକମେଲିଂ ପାଇଁ ନାମ ନେଇଛନ୍ତି ଚତୁର ପ୍ରେମିକ ନବକିଶୋର।

ସୋଶାଲ୍ ମିଡିଆ ଫେସ୍‌ବୁକ୍‌ରେ ପ୍ରେମ କରିବା, ଆଉ ପ୍ରେମିକା ପଟିଗଲେ ତା’କୁ ବହଲେଇ ଫୁସୁଲେଇ ଟଙ୍କା ହଡ଼ପ କରିବା ଥିଲା ନବ କିଶୋରଙ୍କ ଏକ ପୁରୁଣା ଖୋଇ। ଖୋଇ ନୁହେଁ ତ ପୁରା ବ୍ୟବସାୟ। ହେଲେ କଥାରେ ଅଛି ନା, ଚୋର ଘର ସବୁବେଳେ ଅନ୍ଧାର ନଥାଏ। ଠିକ୍‌ ସେମିତି ଆଜି ଫସି ଯାଇଛନ୍ତି ନବକିଶୋର।

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କ ଫଟୋ ଦେଖି ତାଙ୍କୁ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଇଥିଲେ ନବ। ଝିଅଟି ତାଙ୍କ ରିକ୍ୱେଷ୍ଟ ଆକ୍‌ସେପ୍ଟ କରିବା ପରେ, ଉଭୟଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତ୍ୱ। ଆଉ ଏଇ ଆଳରେ ସମ୍ପର୍କ ଯୋଡ଼ି ହେବାପରେ ଉଭୟଙ୍କ ଭିତରେ ଆରମ୍ଭ ହୋଇଥିଲା ପ୍ରେମ।

ହେଲେ ନବ କିଶୋରଙ୍କ ଇରାଦା ଭିନ୍ନ ଥିଲା। ସେ ଝିଅଟିକୁ ନିଜ କରାୟତ୍ତ କରି ସାରିବା ପରେ, ନିଜ ଫାଇଦ କଥା ଚିନ୍ତା କରିଥିଲା। ହଠାତ୍ ସେ ପ୍ରେମିକାକୁ ୫୦ ହଜାର ଟଙ୍କା ଦେବାକୁ ଅନୁରୋଧ କରିଥିଲା। ହେଲେ ସାମାନ୍ୟ କଲେଜ ଝିଅଟି ଏତେ ଟଙ୍କା ବା ଆଣିବ କୋଉଠୁ? ତେଣୁ ସେ ନବକୁ ଟଙ୍କା ଦେଇପାରିବ ନାହିଁ ବୋଲି କହିଦେଲା।

ଏତେ ଟଙ୍କା ଦେବା ସମ୍ଭବପର ନୁହେଁ ବୋଲି କହିବା ପରେ ନବ କିଶୋରର ମୁଣ୍ଡ ବିଗିଡ଼ି ଯାଇଥିଲା। ତା ପରେ ସେ ଦେଖାଇଲା ନିଜର ଅସଲ ରୂପ। ପ୍ରେମ ଫ୍ରେମ ସବୁ ଚୁଲିକୁ ଗଲା। ପ୍ରତିଶୋଧ ପାଇଁ ସେ ଉପାୟ ଖୋଜିଲା। ଶେଷରେ ଝିଅଟିର ଇଜ୍ଜତ ସହ ଖେଳିବାକୁ ନିଷ୍ପତ୍ତି ନେଲା। ଯେଉଁ ଝିଅକୁ ଦିନେ ପ୍ରେମ ନିବେଦନ କରିଥିଲା, କେଇଟା ଟଙ୍କା ପାଇଁ ତାକୁ ହିଁ ବଳି ଚଢ଼େଇବାକୁ ଯୋଜନା କଲା।

ଯେଉଁ ଫେସ୍‌ବୁକ୍‌ ସାହାରାରେ ପ୍ରେମ ହୋଇଥିଲା, ତାକୁ ମାଧ୍ୟମ କରି ଝିଅଟିକୁ ବଦନାମ୍‌ କରିବାକୁ ନବକିଶୋର ଚେଷ୍ଟା କଲା। ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଥିବାରୁ, କିଛି ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋକୁ ନବକିଶୋର ନିଜ ପାଖରେ ସେଭ୍ କରି ରଖିଥିଲା। ଯାହାକୁ ସେ ଫେସବୁକ୍‌ରେ ଭାଇରାଲ୍ କରିଦେବ ବୋଲି ପ୍ରେମିକାକୁ ବ୍ଲାକ୍‌ମେଲ୍ କଲା। କିନ୍ତୁ ବିଚରା ଝିଅଟି ଥିଲା ନାଚାର। ନା ସେ ଟଙ୍କା ଦେଇ ପାରୁଥିଲା, ନା ସେ ନବକିଶୋରକୁ ତା ଅର୍ଦ୍ଧନଗ୍ନ ଫଟୋ ପୋଷ୍ଟ କରିବାରୁ ଅଟକାଇ ପାରିଥିଲା।

ମୌକା ଦେଖି ନବକିଶୋର ଝିଅଟିର ଏକ ଅର୍ଦ୍ଧନଗ୍ନ ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ କରିଦେଲା। ଏହାପରେ ଝିଅଟି ପାଖରେ ଆଉ କିଛି ଉପାୟ ବି ନଥିଲା। ଏହି ଫଟୋ ପୋଷ୍ଟ ହେବା ପରେ, ତାଙ୍କର କିଛି ସାଙ୍ଗ ଏଥିରେ ଅଶ୍ଲୀଳ କମେଣ୍ଟ ମଧ୍ୟ କରିଛନ୍ତି। ଯାହାକୁ ଯୁବତୀ ଜଣକ ଦେଖିବା ପରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଫେସବୁକ ପୋଷ୍ଟକୁ ଆଧାର କରି ଧର୍ମଶାଳା ପୁଲିସ୍‌ ଖୋର୍ଦ୍ଧାରେ ପହଞ୍ଚିଥିଲା। ଆଉ କାଲି ଗିରଫ ହୋଇଛି ପ୍ରେମ ନାଁରେ ବ୍ୟବସାୟ କରୁଥିବା ପ୍ରେମିକ ନବକିଶୋର।

ପୁଲିସ୍‌ କହିଛି, ନବକିଶୋର ପାଇଁ ଏ ଧନ୍ଦା ପୁରୁଣା। ପୂର୍ବରୁ ଏମିତି ଅନେକ ଯୁବତୀଙ୍କ ସହ ସେ ପ୍ରେମ ଓ ବ୍ଲାକ୍‌ମେଲିଂର ଖେଳ ଖେଳିଛି। ହେଲେ ଏଥର ଯୁବତୀଙ୍କର ସାହସିକତା ପାଇଁ ତାକୁ ଗିରଫ କରାଯାଇପାରିଲା ବୋଲି ପୋଲିସ୍ କହିଛି। ପୋଲିସ୍‌ କହିଛି, ଝିଅମାନେ ଏହିପରି ସାହସିକତା ପ୍ରଦର୍ଶନ କଲେ ଏବଂ ସେମାନଙ୍କ ପରିବାର ଲୋକେ ତାଙ୍କୁ ସହଯୋଗ କଲେ, ଧୀରେ ଧୀରେ ଏପରି ଡିଜିଟାଲ୍ ଅପରାଧ କମିପାରନ୍ତା।



from Odisha Reporter https://ift.tt/2Mo5Jk9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages